ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଲେ ପଞ୍ଚାୟତ ବାସି : ଅଫିସ ଗୃହ ନିର୍ମାଣ ପାଇଁ ଜନତା କଲେ ଭୂମୀ ପୂଜନ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-କଳାହାଣ୍ଡି ଗତ ଦଶ ବର୍ଷରୁ ଗ୍ରାମ ପଞ୍ଚାୟତର ମାନ୍ୟତା କୋଟା ଗାଁ ଗ୍ରାମ ପଞ୍ଚାୟତ ପାଇଥିଲେ ମଧ୍ୟ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ଆବେଦନ କାରିମାନେ ସାମୁହିକ ବିକାଶ ପରିବର୍ତ୍ତେ ଏକ ଯିଦ ଧରି ବସିଥିଲେ । ଯାହା ଫଳରେ ଅନେକ ଥର ପ୍ରଶାସନ ପ୍ରୟାସ କରି ବିଫଳ ହୋଇଥିଲା । ଳୋକଙ୍କୁ ସ୍ଥାନ ନିରୂପଣ କରିବାକୁ ନଦେଇ ରାଜନୈତିକ ରୁଟି ସେକିବାକୁ ପ୍ରୟାସ କରୁଥିଲେ । ବିଗତ ପାଞ୍ଚ ବର୍ଷରେ ଭୋଟ ବର୍ଜନ ମଧ୍ୟ ହୋଇଥିଲା । ପରେ ମାନ୍ୟବର ହାଇକୋର୍ଟ କୋଟା ଗାଁ ଗ୍ରାମ ପଞ୍ଚାୟତ ବଳାଗା ମୂଖ୍ୟଳୟ ନିର୍ମାଣ ପାଇଁ ଦେଇଥିବା ନିର୍ଦ୍ଦେଶ କୁ ମଧ୍ୟ ରାଜନୈତିକ ବ୍ୟକ୍ତିମାନେ ନିଜିସ୍ବାର୍ଥରେ ଉପଯୋଗ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତର କିଛି ଯୁବପିଢି ଗତ ନିର୍ବାଚନରେ ଭୋଟିଂ କରିବାକୁ ନିଷ୍ପତ୍ତି ନେଲେ । ନିର୍ବାଚନ ସରି ପଞ୍ଚାୟତର ସମସ୍ତ ସରକାରୀ କାର୍ଯ୍ୟ ଆରମ୍ଭ ହୋଇ ଥିଲେ ମଧ୍ୟ ମୂଖ୍ୟାଳୟ ନିର୍ମାଣ କାର୍ଯ୍ୟକୁ ଆବେଦନ କାରିମାନେ ବାଧାସୃଷ୍ଟି କରି ଆସୁଛନ୍ତି । ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ଆଡ କରୁଥିବାର ଦେଖି ପଞ୍ଚାୟତର ଜନସାଧାରଣ ଏକ ଆଳୋଚନା ବୈଠକ ଆଜି ତା ୧୩.୫.୨୦୨୨ରିଖ ବଳାଗା ଭିରିକା ପଡା ଆମ୍ବତୋଟା ଠାରେ ଏକ ସମିକ୍ଷା ବୈଠକ କରିଛନ୍ତି । ଏଥିରେ ସାମୂହିକ ଉନ୍ନତି ଦୃଷ୍ଟିରୁ ଭିରିକା ପଡା ପତ୍ରଫଡି ସମୂହର ଅନାବାଦୀ ଜମି,ଯାହା ତିନୋଟି ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନକୁ ଚୟନ କରିଛନ୍ତି । ଆବେଦନ କାରିମାନେ ଏଥିରେ ଉପସ୍ଥିତ ଥିଲେ, ପ୍ରଥମେ ବଳାଗା କୁ ଉପଯୁକ୍ତ ସ୍ଥାନ ଦେବାକୁ ପ୍ରସ୍ତାବ ଦିଆଗଲା କିନ୍ତୁ ବଲାଗା ସରକାରୀ ସ୍ଥାନ ଦେବାକୁ ଅସମର୍ଥ ହେବାରୁ ଭିରିକା ପଡା ସ୍ଥିତ ପତ୍ରଫଡି ସମୂଖରେ ସର୍ବସମ୍ମତିକ୍ରମେ ସ୍ଥାନ ନିରୂପଣ କରାଗଲା । କୋଟା ଗାଁ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ ରୁଦ୍ର ପ୍ରସାଦ ମାଝୀ ଓ ବଲାଗା ଗୋନ୍ତିଆ ତଥା ଅଞ୍ଚଳର ସମାଜସେବୀ ଶ୍ୟାମ ପ୍ରସାଦ ବେହେରା ନିଷ୍ପତ୍ତି ହୋଇଥିବା ସ୍ଥାନରେ ସତ୍ୟପାଠ ନିମନ୍ତେ ଭୂମିପୂଜନ କରିଥିଲେ । କୋଟା ଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଚନ୍ଦନ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ପନ୍ଚାୟତର ସମସ୍ତ ଜନସାଧାରଣ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ ।


