ସମ୍ମାନିତ ହେଲେ ଯୁବ ସମାଜସେବୀ ଚିନ୍ମୟ ପୋଲାଇ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କେ. ନୂଆଁଗଡ ଗ୍ରାମର ଚିନ୍ମୟ ପୋଲାଇ ଙ୍କୁ ଆଜି ଜିଲ୍ଲା ସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ଅବସରରେ ଓଡ଼ିଶା ବ୍ଲଡ଼ ସେଣ୍ଟର୍,ବ୍ରହ୍ମପୁର ଦ୍ଵାରା ସମ୍ମାନିତ କରାଯାଇଛି । ଗଞ୍ଜାମ ଜିଲ୍ଲାର ଜଣେ ସୁସାହିତ୍ୟିକ ତଥା ମଞ୍ଚ ଉପସ୍ଥାପକ ଭାବେ ପରିଚିତ ଚିନ୍ମୟ ବିଗତ ୫ ବର୍ଷ ମଧ୍ୟରେ ୧୫ ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରିଥିବା ବେଳେ ବ୍ୟକ୍ତିଗତ ଭାବେ ୨୦ ଥର ସ୍ଵେଚ୍ଛାକୃତ ରକ୍ତଦାନ ମଧ୍ୟ କରିଛନ୍ତି । ତୃଣମୂଳ ସ୍ତରରେ ରକ୍ତଦାନ ଭଳି ମହତ୍ ଉଦ୍ଦେଶ୍ୟ ପ୍ରତି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସେ ନିଜର ଉଦ୍ୟମ ଜାରି ରଖିଛନ୍ତି । ରକ୍ତ ସଙ୍କଟରୁ କାହାର ବି ଜୀବନ ହାନି ଯେଭଳି ନ ହୁଏ,ସେଥିପାଇଁ ସେ ସଦା ସର୍ବଦା ତତ୍ପର ରହିବା ସହ ଏହି ସଂକଳ୍ପ କୁ ନେଇ ରକ୍ତଦାନ ଅଭିଯାନକୁ ଆଗେଇ ନେଇଛନ୍ତି । ଏହି ଭିତରେ ସେ ନିଜ ଜନ୍ମଦିନ, ମାଆ ଙ୍କ ଶ୍ରାଦ୍ଧ ବାର୍ଷିକୀ, ବିଭିନ୍ନ ଜାତୀୟ ଦିବସ ତଥା ସମ୍ପର୍କୀୟ ଙ୍କ ବିବାହ ବାର୍ଷିକୀ ରେ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ଜନସାଧାରଣଙ୍କୁ ଏଥି ନିମନ୍ତେ ସଚେତନ କରାଇଥାନ୍ତି । ଏହି ସେବା ମନୋବୃତ୍ତି ପାଇଁ ସେ ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ବିପଦରୁ ବନ୍ଧୁ, ରେସ୍ପଣ୍ଡ ଟ୍ରଷ୍ଟ,ଏଭର୍ ଗ୍ରୀନ୍ ଫ୍ରେଣ୍ଡସ ଗ୍ରୁପ୍ ଆଦି ଅନୁଷ୍ଠାନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।ସମାଜରେ ଦୁଃଖୀ, ଦରିଦ୍ର ଙ୍କ ଦୁଃଖକୁ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ କରିବା ପାଇଁ ସେ ଅହରହ ଉଦ୍ୟମ କରୁଛନ୍ତି । ପ୍ରକାଶ ଥାଉକି, ଜଣେ ସକ୍ରିୟ ରକ୍ତଦାନ ନିମିତ୍ତ ଗତ ୧୪ ଜୁନ ରେ ଭଞ୍ଜନଗର ରକ୍ତ ଭଣ୍ଡାର ତରଫରୁ ମଧ୍ୟ ଚିନ୍ମୟ ଙ୍କୁ ସମ୍ମାନିତ କରାଯାଇଥିଲା । ସ୍ବର୍ଗତ ମାଆ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ଏହି ସେବା ମନୋବୃତ୍ତି କାର୍ଯ୍ୟ ଧାରା ଜାରି ରଖିବେ ବୋଲି ନିଜ ମତାମତରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ