ସମ୍ବଲପୁରକୁ ବିଶ୍ବ ମାନଚିତ୍ରରେ ଉପଯୁକ୍ତ ସ୍ଥାନରେ ସ୍ଥାନିତ କରିବାକୁ ଆମର ସଂକଳ୍ପ: ଜୟନାରାୟଣ

ସମ୍ବଲପୁର : ସମ୍ବଲପୁରକୁ ଏକ ଶ୍ରେଷ୍ଠ ସହରରେ ପରିଣତ କରାଯାଇ ବିଶ୍ବମାନଚିତ୍ରରେ ଉପଯୁକ୍ତ ସ୍ଥାନରେ ସ୍ଥାନିତ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି କହିଛନ୍ତି।ପୂର୍ବତନ ମନ୍ତ୍ରୀ ଓ ବିଧାୟକ ତଥା ଭାଜପା ସମ୍ବଲପୁରର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର। ଆଜି ସ୍ଥାନୀୟ ହୋଟେଲ ହରଜିତରେ ସିଡେନ୍ସି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାଜପାର ନିର୍ବାଚନୀ ସଂକଳ୍ପପତ୍ର ଉନ୍ମୋଚନ ଅବସରରେ ଶ୍ରୀ ମିଶ୍ର ଏହା କହିଛନ୍ତି।ସେ କହିଲେ , କୃଷି ଓ କୃଷକ ଉନ୍ନତି, ଅମୃତ ଯୋଜନାର ସଫଳ ରୂପାୟନ, ଯୁବକ ଯୁବତୀ ମାନଙ୍କୁ ଆତ୍ମ ନିଯୁକ୍ତି, ଜଙ୍ଗଲ ଜାତୀୟ ଦ୍ରବ୍ୟ ଉପଯୁକ୍ତ ମୂଲ୍ୟ, ସର୍ବୋପରି ଅଞ୍ଚଳର ସାମଗ୍ରିକ ବିକାଶ ସହ ଅଞ୍ଚଳବାସୀଙ୍କ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆମେ ସଂକଳ୍ପବଦ୍ଧ।ଅତୀତରେ ସମ୍ବଲପୁର ସହରରେ ଦେଖା ଦେଇଥିବା ଜଣ୍ଡିସର କରାଳଛାୟାରୁ ସମ୍ପୂର୍ଣ୍ଣମୁକ୍ତ କରିବା ସହ ସହରକୁ ରୋଗ ସୃଷ୍ଟିକାରୀ ମିଶାମୁକ୍ତ ତଥା ରୋଗମୁକ୍ତ ସହରରେ ପରିଣତ କରାଯିବ।ଏହି ଅବସରରେ ଭାଜପା ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା ଦେବଗଡ ବିଧାୟକ ନିତେଶ ଗଙ୍ଗ ଦେବ କହିଲେ ୨୦୨୨ ସୁଦ୍ଧା ରାଜ୍ୟରେ ସମସ୍ତ ପରିବାରଙ୍କ ବାସଗୃହ ସହ ପାନୀୟ ଜଳ ଓ ବିଜୁଳି ସହ ଉଜ୍ବଳା ଯୋଜନାରେ ଅନ୍ତର୍ଭକ୍ତ କରିବା। ସେହିପରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମକତା ପ୍ରଦାନ କରାଯିବ।ରାଜ୍ୟରେ ସମବାୟ ଆନ୍ଦୋଳନକୁ ମଜବୁତ୍କରିବା, ନାରୀ ନିର୍ଯ୍ଯାତନା ଉପରେ ଅଙ୍କୁଶ ହେବ ଆମ ଦଳର ପ୍ରଥମ ଲକ୍ଷ୍ୟ।ତେବେ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ସେ କହିଲେ ଯୋଶବନ୍ତସିଂ କମିଶନ ରିପୋର୍ଟକୁ ଅନୁସରଣ କରାଯିବ। ହେଲେ ୨୦୧୪ରେ ବିଧାୟକ ଥାଇ ସମ୍ବଲପୁର ଏଥିପାଇଁ ଉପଯୁକ୍ତ ସ୍ଥାନ ବୋଲି କହିଲି ଖିତଭାବେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରିଥିଲେ ବୋଲି ସୂଚନା ଦେଇଥିଲେ।ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର୍ଯ୍ୟ ଶୈଳିତଥା ବିକାଶ ମୂଳକ କାର୍ଯ୍ୟକୁ ଆଧାର କରି ଆଗାମୀ ନିର୍ବାଚନରେ ବିଜୟୀ ହେବାକୁ ସେ ଦୃଢ଼ ଆଶାବାଦୀ ବୋଲି କହିଥିଲେ।ଏହି ଅବସରରେ ଭାଜପାର ନବୀନ ନିଯୁକ୍ତ ରାଜ୍ୟ ପ୍ରବକ୍ତା ଓ ସମ୍ବଲପୁର ଲୋକସଭା କ୍ଷେତ୍ରର ପ୍ରଚାର ସହ ସଂଯୋଜକ ଗୋବିନ୍ଦ ଅଗ୍ରୱାଲଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀଗଙ୍ଗଦେବ ଓ ବିଧାନସଭା ପ୍ରାର୍ଥୀ ଶ୍ରୀମିଶ୍ର ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଭାଜପା ଜିଲ୍ଲାସଭା ପତି ରାମଚନ୍ଦ୍ର ମେହେର, ଜିଲ୍ଳା ପ୍ରବକ୍ତା ତଥା କ୍ଷତ୍ରିୟଗଣ ମାଧ୍ୟମ ସଂଯୋଜକ ମାନସ ରଂଜନବକ୍ସି, ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ