ପ୍ରତିରକ୍ଷା କ୍ଷେତ୍ର ରେ ଭାରତ ଆଗଉଛି
ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ସମୃଦ୍ଧ ଏବଂ ଅନେକ ଦେଶ ଭାରତଠାରୁ ମିସାଇଲ କ୍ରୟ କରିବା ପାଇଁ ଚାହୁଁଥିବା କହିଛନ୍ତି । ବିବେକାନନ୍ଦ ଅନ୍ତରାଷ୍ଟ୍ରୀୟ ଫାଉଣ୍ଡେସନ କାର୍ୟ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି ।
ନିର୍ମଳା କହିଛନ୍ତି ଯେ, ଭାରତରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉତ୍ପାଦକୁ ରପ୍ତାନୀ କରାଯାଇ ପାରିବ । ଏକିକୃତ ମିସାଇଲ କାର୍ୟ୍ୟକ୍ରମରେ ଅନେକ ଲାଭ ରହିଛି । ଆଜି ଅନେକ ଦେଶଙ୍କୁ ମିସାଇଲ ଦରକାର । ଏହାର ଏକ ବଜାର ମଧ୍ୟ ରହିଛି । ଅନେକ ଦେଶ ଭାରତ ସହ ବିଭିନ୍ନ ପ୍ରକାରେ ସମ୍ପର୍କ ସ୍ଥାପନା କରିବା ପାଇଁ ଚାହୁଁଥାନ୍ତି । ଭାରତଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ କ୍ରୟ କରିବାକୁ ଚାହାନ୍ତି । ଭାରତରେ ବିଭିନ୍ନ ରକ୍ଷା ଉପକରଣର ରପ୍ତାନୀ ପାଇଁ ଅପୂର୍ବ ସମ୍ଭାବନା ରହିଛି । ଜାହାଜ, ଯୁଦ୍ଧପୋତ, ମିସାଇଲ ଆଦି ନିର୍ମାଣ କରିବାର କ୍ଷମତା ଭାରତ ପାଖରେ ରହିଛି । ଅନେକ ଦେଶ ଏନେଇ ଭାରତର ସହାୟତା ଚାହୁଁଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ଆହୁରି ଏଚଏଏଲର ଉତ୍ପାଦନ ବଢିବା ସତ୍ୱେ ଭାରତୀୟ ସେନାର ବଭିନ୍ନ ଅର୍ଡରର ଉତ୍ପାଦନ ଠିକ୍ ଭାବେ ପହଁଚାଇବା ପାଇଁ ଅନେକ ସମୟ ଲାଗୁଥିବା କହିଛନ୍ତି ।


