ସମ୍ବଲପୁରରେ ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତ

ସମ୍ବଲପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସର ସଂଘ ଚାଳକ ମୋହନ ଭାଗବତ ୨ ଦିନିଆ ଗସ୍ତରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି । ସୋମବାର ସେ ଶାସନସ୍ଥିତ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲରେ ଚାଲିଥିବା ସଂଘର ତାଲିମ ଶିବିରରେ କର୍ମକର୍ତ୍ତାମାନଙ୍କୁ ଉଦ୍ବୋଧନ ଦେବେ । ଶ୍ରୀ ଭାଗବତ ରବିବାର ଅପରାହ୍ନରେ ବୈଦିକ ସ୍କୁଲସ୍ଥିତ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ । ସଂଧ୍ୟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆରଏସଏସ୍ ଓ ଏହାର ସହଯୋଗୀ ସଂଗଠନ ଗୁଡ଼ିକର ଛାମୁଆଁ କର୍ମକର୍ତ୍ତାଙ୍କ ସହ ଅନୌପଚାରିକ ଆଲୋଚନା କରିଥିଲେ । ସୋମବାର ସକାଳ ୯ ଟାରୁ ୧୨ ଟା ମଧ୍ୟରେ ସେ ୨ଟି ଅଧିବେଶନରେ କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେବେ । ରବିବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ସୋମବାର ସଂଧ୍ୟାରେ ଶେଷ ହେବ । ଏହି ସମ୍ମିଳନୀରେ ଆରଏସଏସ ଓ ଏହାର ସହଯୋଗୀ ସଂଗଠନ ଯଥା ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ, ରାଷ୍ଟ୍ରୀୟ ସେବିକା ସମିତି, ଶିକ୍ଷା ବିକାଶ ସମିତି, ଭାରତୀୟ ଜନତା ପାର୍ଟିର ସାରା ରାଜ୍ୟରୁ ଆସିଥିବା ବିଭିନ୍ନ କ୍ଷେତ୍ରର ୩୦୦ ଜଣ ପ୍ରାନ୍ତୀୟ କର୍ମକର୍ତ୍ତା ଭାଗ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ