ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀବିଧାୟକଙ୍କ ପିଏସ୍ଓ ଅଟକ

ଫୁଲବାଣୀ: ଦିବ୍ୟାଙ୍ଗ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ସେ ଗର୍ଭବତୀ ହେବା ଅଭିଯୋଗରେ ବିବାଦ ଘେରକୁ ଆସିଛନ୍ତି ଫୁଲବାଣୀ ବିଧାୟକଙ୍କ ପିଏସ୍ଓ ତଥା କନଷ୍ଟେବଳ ହରିହର ବେହେରା ଓରଫ ପିଣ୍ଟୁ । ଖଜୁରୀପଡ଼ା ଥାନା ପୁଲିସ ପିଣ୍ଟୁଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଭିଯୋଗ ଅନୁସାରେ ଫୁଲବାଣୀ ସରକାରୀ କ୍ୱାର୍ଟର୍ସରେ ପିଣ୍ଟୁ ସପରିବାର ରହୁଥିବା ବେଳେ ସେଠାରେ ୨ ବର୍ଷ ହେଲା ଜଣେ ଦିବ୍ୟାଙ୍ଗ ଯୁବତୀ କାମ କରୁଥିଲେ । ପିଣ୍ଟୁ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏବେ ଯୁବତୀ ଜଣକ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ତାଙ୍କ ମା ଏ ନେଇ ଖଜୁରୀପଡ଼ା ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏକ ମାମଲା ରୁଜୁ ସହ ଦିବ୍ୟାଙ୍ଗ ଯୁବତୀଙ୍କ ଡାକ୍ତରୀ ମାଇନା କରିଛି । ଅନ୍ୟ ପକ୍ଷରେ ପିଣ୍ଟୁ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଅଣାଯାଇଛି ଓ ପ୍ରକୃତ ଦୋଷୀଙ୍କୁ ଧରାଯାଉ ବୋଲି ସେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ