ସମ୍ବଲପୁର ରାଇଫଲ ଆସୋସିଏସନ କାର୍ଯ୍ୟାଳୟ ଉଦଘାଟିତ
ସମ୍ବଲପୁର, (ଲିପନ ନାଏକ):ଓଡିଶା ରାଇଫଲ ଆସୋସିଏସନ ଦ୍ୱାରା ଅନୁବନ୍ଧିତ ସମ୍ବଲପୁର ରାଇଫଲ ଆସୋସିଏସନର କାର୍ଯ୍ୟାଳୟ ତଥା ବୀର ସୁରେନ୍ଦ୍ର ସାଏ ସୁଟିଂ ଏକାଡେମୀ ସ୍ଥାନୀୟ ଭାଲୁପାଲିସ୍ଥିତ ରୟାଲ ରିଟ୍ରିଟ ପାଖରେ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଯାଇଛି। ଏ ନେଇ କର୍ଣ୍ଣେଲ ପ୍ରଭାତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ସେବା ମେଡାଲ ପ୍ରାପ୍ତ ବ୍ରିଗେଡିଅର ଅଭିମନ୍ୟୁ ରାଉତ ମୁଖ୍ୟଅତିଥି, ଗ୍ରୁପ କମାଣ୍ଡର ଏନସିସି ସମ୍ବଲପୁରର କର୍ଣ୍ଣେଲ କଦମ ପ୍ରସାଦ ଯାଦବ ବିଶିଷ୍ଟ ଅତିଥି, ପ୍ରଶାସନିକ କମାଣ୍ଡାଣ୍ଟ ସମ୍ବଲପୁର ମିଲିଟାରୀ ଷ୍ଟେସନ କର୍ଣ୍ଣେଲ ଦେବୀ ପ୍ରସାଦ ସାହୁ, ଲେଫ୍ଟନେଣ୍ଟ କର୍ଣ୍ଣେଲ ବିମଲ ପାଣିଗ୍ରାହୀ(ସିଇଓ), କେ କେ ମିଶ୍ର, ଆର୍ତ୍ତତ୍ରାଣ ମିଶ୍ର, ଏକ୍ସ ଅଣ୍ଡର ଅଫିସର ଗୁରଦୀପ ଗିଲ, ଶିବ ପ୍ରସାଦ ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ଆଭିମୁଖ୍ୟ ତଥା କିଭଳି ଛାତ୍ରଛାତ୍ରୀମାନେ ୧୦ ମିଟର ରେଞ୍ଜ ସୁଟିଂ ଏକାଡେମୀରେ ନାମ ଲେଖାଇ ବନ୍ଧୁକ ଚାଳନା କ୍ଷେତ୍ର ରେ ସୁଯୋଗ ହାସଲ ସହିତ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଗୌରବ ଆଣି ପାରିବେ ବୋଲି କୁହାଯାଇଛି । ଏସମ୍ପର୍କରେ ଅନୁଷ୍ଠାନର ସମ୍ପାଦକ ଇଂ. ଅର୍ଦ୍ଧେନ୍ଦୁ ପାଢ଼ୀ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ବୋର୍ଡ ସଦସ୍ୟ ମାନସ ରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।