ସମ୍ବଲପୁର ରେଳଷ୍ଟେସନ ଠାରୁ ଅଯୋଧ୍ଯା-ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ

ସମ୍ବଲପୁର, (ଲିପନ ନାଏକ):ଆଜି ସମ୍ବଳପୁର ରୁ ରାଜ୍ୟ ସରକାର (ପର୍ଯ୍ୟଟନ ବିଭାଗ), ରେଳବାଇ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ର ମିଳିତ ସହୋଯୋଗରେ, ଆୟୋଜିତ ସମ୍ବଲପୁର ରେଳଷ୍ଟେସନ ଠାରୁ ଅଯୋଧ୍ଯା-ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌ର ଜିଲ୍ଲାପାଳ, ସମ୍ବଲପୁର, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ.) ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଶୁଭ ଅବସରରେ ମାନ୍ୟବର ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର ,ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ(ଆଇ.ପି.ଏସ), ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ଅଶୋକ କୁମାର ଭୋଇ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ବେଦଭୂଷଣ (ଆଇ.ଏ.ଏସ.), ଡ଼ିଜିଏମ(railway) ଗରିମା ତିୱାରୀ , Additional Secretary tourism ଶ୍ରୀ Balamukunda Bhuyan ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ, ସମ୍ବଲପୁର, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ.) ନିଜ ଅଭିଭାଷଣରେ ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକ ମାନେ ଯେଉଁ ମାନେ ସୁବିଧା ସୁଯୋଗ ପାଇ ପାରୁନହାନ୍ତି, ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର (ପର୍ଯ୍ୟଟନ ବିଭାଗ) ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବାର ସୁଯୋଗ ପ୍ରଦାନ କରୁଛନ୍ତି ବୋଲି କହିଥିଲେ। ଏହି ଦ୍ଵିତୀୟ ପର୍ଯ୍ୟାୟ ରେ ସମୁଦାୟ ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ସୁଯୋଗ ପାଇଛନ୍ତି ବୋଲି ସୂଚନା ଦେଇଥିଲେ।ସୂଚନା ଅନୁଯାୟୀ ଏହି ଯୋଜନା ମାଧ୍ୟମରେ ସମ୍ବଲପୁର ରେଳଷ୍ଟେସନ ଠାରୁ ଅଯୋଧ୍ଯା-ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍‌ରେ ସମ୍ବଲପୁର ଜିଲ୍ଲାରୁ 102 ଯାତ୍ରୀ ସୁବର୍ଣ୍ଣପୁର-୫୨, ଦେଓଗଡ଼-୨୭, ଅନୁଗୁଳ- ୧୦୯ ଜଣ,ଝାରସୁଗୁଡ଼ା-39, ସୁନ୍ଦରଗଡ଼-୧୮୦, ବଲାଙ୍ଗିର-139, ବରଗଡ-127 ଅଦ୍ୟାବଧି ୭୭୫ ଜଣ ଯାତ୍ରୀ ବରିଷ୍ଠ ନାଗରିକ, ଅଯୋଧ୍ଯା ଓ ବାରଣାସୀ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି । ଯାତ୍ରୀ ମାନଙ୍କ ପାଇଁ ଖାଦ୍ଯ, ପାନୀୟ, ଏବଂ ଆଶ୍ରୟସ୍ଥଳୀ ର ବ୍ୟବସ୍ଥା କରାଯାଇଛି ଏହା ସହିତ ସ୍ୱାସ୍ଥ୍ୟ ଜନିତ ସମସ୍ଯା ନିମନ୍ତେ ଏକ ଡାକ୍ତରି ଟିମ ମଧ୍ୟ ଯାଇଛନ୍ତି ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ