ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ୧୨୯’ତମ ଜୟନ୍ତି ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ହେଁସଡା,ଜଜଗୋଡା,ତାରଣା,ସୁରଦା ଓ ଠାକୁରବାଡି ଗ୍ରାମରେ ସମ୍ବିଧାନ ରଚୟିତା ବାବା ସାହେବ ଆମ୍ବେଦକରଙ୍କ ୧୨୯’ତମ ଜୟନ୍ତି ପାଳିତ ହୋଇଯାଇଛି।ବର୍ତ୍ତମାନ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ସାଧାରଣ ଲୋକଙ୍କୁ ଏକତ୍ରିତ ହେବାକୁ ବାରଣ କରିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ଆଦେଶ ଦେଇଛନ୍ତି।ଏହାକୁ ଦୃଷ୍ଟିରେ ରଖି ସୀମିତ ସଦସ୍ୟ’ଙ୍କ ସହିତ ସାମାଜିତ ଦୂରତା ରକ୍ଷା କରାଯାଇ ବାବା ସାହେବ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ଓ ପୂଜା ଅର୍ଚ୍ଚନା କରାଯିବା ପରେ ସଂଗଠନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଖେଚୁଡି ଭୋଗ ଗ୍ରାମରେ ବୁଲି ଘରକୁଘର ବଣ୍ଟନ କରାଯାଇଥିଲା।ଖେଚୁଡି ବଣ୍ଟନ ବେଳେ ସଂଧ୍ୟା ୮’ଟା ସମୟରେ ଆମ୍ବେଦକରଙ୍କ ସ୍ମୃତିରେ ଦୀପ ଜାଳିବାକୁ ସମସ୍ତଙ୍କୁୁ ଅନୁରୋଧ କରାଯାଇଥିଲା।ହେଁସଡା,ଜଜଗୋଡା ସୁରଦା ଗ୍ରାମରେ ପେସା ଗ୍ରାମସଭା ସଂଗଠନ ପକ୍ଷରୁ ଖେଚୁଡି ବଣ୍ଟନ କରାଯାଇଥିଲା ବେଳେ ତାରଣା ଓ ଠାକୁରବାଡି ଗ୍ରାମରେ ମୂଳନିବାସୀ ଏକତାମଞ୍ଚ ସଂଗଠନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ଓ ପୂଜା ଅର୍ଚ୍ଚନା କରାଯାଇ ଗ୍ରାମରେ ଖେଚୁଡି ବଣ୍ଟନ କରାଯାଇଥିଲା।ଠାକୁରବାଡି ଗ୍ରାମରେ ମୂଳନିବାସୀ ଏକତାମଞ୍ଚ ସଂଗଠନର ବହଳଦା ବ୍ଲକ ସଂଯୋଜକ ପିତାମ୍ବର ମୁର୍ମୁ’ଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୂଳନିବାସୀ ଏକତାମଞ୍ଚ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ହେମ୍ବ୍ରମ,ପୂର୍ବତନ ବହଳଦା ବିଧାୟକ ଖେଲାରାମ ମାହାଲି ଓ ବାବାତିଲକା ପାଠାଗାର ପ୍ରତିଷ୍ଠାତା ରାମଦାସ ମୁର୍ମୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବାବାସାହେବ ଆମ୍ବେଦକରଙ୍କ ଅବଦାନ ଓ ଜୀବନୀ ବିଷୟରେ ବକ୍ତବ୍ୟ ରଖିଥିଲେ।,ତାଙ୍କରି ଅବଦାନ ଯୋଗୁଁ ଆଜି ଦଳିତ ଓ ପଛୁଆ ବର୍ଗର ଲୋକେ ସମ୍ମାନର ସହିତ ବଞ୍ଚିବାର ଅଧିକାର ପାଇଛନ୍ତି ବୋଲି କହିଥିଲେ।ସଂଧ୍ୟା ସମୟରେ ପ୍ରତ୍ୟୋକ ଘରେ ଦୀପ ପ୍ରଜ୍ବଳନ କରାଯାଇଥିବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ