ସମ୍ଭାବ୍ୟ ବାତ୍ୟା ପାଇଁ ପଚାଂୟତ ସମତି କାର୍ଯାଳୟରେ ବୈଠକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଆଜି ହିଞ୍ଜିଳି କାଟୁ ପଚାଂୟତ ସମିତି କାର୍ଯାଳୟରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଲଘୁଚାପଜନିତ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।ରାଜ୍ୟର ସ୍ବତନ୍ତ୍ର ରିଲିଫ କମିଶନର ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜଳସମ୍ପଦ ଓ ମତ୍ସସଂପଦ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଓ ବନ୍ୟା ପରିସ୍ଥିତି ଦେଖାଦେଲେ ଏହାର ମୁକାବିଲା ପାଇଁ ଆଜି ହିଞ୍ଜିଳି ପଚାଂୟତ ସମିତି କାର୍ଯାଳୟରେ ସମୟ ଅପରାହ୍ନ ୩ ଟା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସୁଚନାପ୍ରକାରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ଵବଧାନରେ କାର୍ଯ୍ୟଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଲଘୁଚାପଜନିତ ବର୍ଷାରେ ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଲୋଚନା କରିଥିଲେ । ଲୋକଙ୍କ ପାଖରେ ଆଗୁଆ ସୂଚନା ଦେଇ ସତର୍କତା ଅବଲମ୍ବନ ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ କରିବା ପଦକ୍ଷେପ ସହିତ ସତର୍କତା ପାଇଁ ପରାମର୍ଶ ଦିଆଯାଇଛି । ବିଡ଼ିଓ ଶ୍ରୀ ପ୍ରଶନ କୁମାର ପାତ୍ର ,ପୌରପରିଷଦ ଅଧିକାରୀ, ଥାନା ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀ,ହିଞ୍ଜିଳି ଜଳପରିମଳ ମିଶନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଶନ୍ନ କୁମାର ଦଳାଇ ଓ ଶ୍ରୀ ରବିନ୍ଦ୍ର ନାୟକ ପ୍ରମୁଖ ବହୁ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।


