ସରକାରଙ୍କ ନୂତନ ନିୟମକୁ ନେଇ ଗଜପତିରେ ଚାଷୀ ଅସନ୍ତୋଷ ଓ ପ୍ରତିବାଦର ସ୍ୱର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଧାନ ବିକ୍ରିକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା ନୂତନ ନିୟମକୁ ନେଇ ଗଜପତି ଜିଲ୍ଲାର ଚାଷୀମାନେ ପ୍ରତିବାଦର ସ୍ବର ଉଠାଇଛନ୍ତି। ଚାଷୀ ସଂଘ ପକ୍ଷରୁ ଏହାର ଘୋର ବିରୋଧ କରାଯାଇଛି। ଏହାସହ ବିଭାଗୀୟ ମନ୍ତ୍ରୀ ଓ ପରିଚାଳନା ନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗତ ଅଗଷ୍ଟ ୩୧ ତାରିଖ ସୁଦ୍ଧା କୃଷକମାନେ ବିହନ ନିଗମରେ ସେମାନଙ୍କ ପଞ୍ଜୀକରଣ କରିଛନ୍ତି । କୃଷକମାନେ ପ୍ରତ୍ୟେକ ହେକ୍ଟର୍‌କୁ ୫୦- ୬୦ କ୍ରିଣ୍ଟାଲ୍ ଧାନ ଉତ୍ପାଦନ କରିଥିବା ସମୟରେ ବିହନ ନିଗମ ସେଥିରୁ ମାତ୍ର ୧୫-୨୦ କ୍ରିଣ୍ଟାଲ୍ ଧାନ ହିଁ, କୃଷକଙ୍କ ଠାରୁ ଗ୍ରହଣ କରିଥାନ୍ତି | ତେଣୁ ବଳକା ୩୦ କ୍ରିଣ୍ଟାଲ୍ ମଣ୍ଡି କରିଆରେ ବିକ୍ରି କରିଥା’ନ୍ତି। କିନ୍ତୁ ବର୍ତ୍ତମାନ ନୂଆ ନିୟମାନୁସାରେ ଖାତା ନମ୍ବର ଓ ପ୍ଲଟ୍ ନମ୍ବର ମଗାଯାଇଛି। ସେଥିରୁ କେବଳ ମଣ୍ଡିରେ ବିକ୍ରି କରିବା ସହ କୃଷକ ବିହନ ନିଗମକୁ ଧାନ ଦେଇପାରିବେ ନାହିଁ କିମ୍ବା ବିହନ ନିଗମର ଚାଷୀ ମଣ୍ଡିରେ ଧାନ ଦେଇପାରିବେ ନାହିଁ ବୋଲି କିଛି କଟକଣା ଲାଗୁ ହେବାର ସମ୍ଭାବନା ଅଛି ବୋଲି କୃଷକମାନେ ହୃଦ୍‌ବୋଧ କରୁଛନ୍ତି ବୋଲି ଚାଷୀନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଛନ୍ତି। ୧୦-୨୦ କ୍ରିଣ୍ଟାଲ୍ ଧାନ ନେବା ପରେ ବଳକା ୩୦ କ୍ରିଣ୍ଟାଲ୍ ଧାନ ଚାଷୀ ମଣ୍ଡିରେ ବିକ୍ରି କରିଥାଏ | ଯଦି ଏଥିରେ କିଛି କଟକଣା କରାଯାଏ ଚାଷୀ ମଣ୍ଡିରେ ବିକ୍ରି କରିବାରୁ ବଞ୍ଚିତ ହେବା ଯଦି ସେହିପରି ପରିସ୍ଥିତି ଉପୁଜେ ତା’ହେଲେ ବିହନ ଉତ୍ପାଦନକାରୀ କୃଷକମାନେ ବିହନ ଦେଇପାରିବେ ନାହିଁ। ଯଦି ବିହନ ନିଅଣ୍ଟିଆ ହୁଏ ଆଗାମୀ ଦିନରେ କୌଣସି ପରିସ୍ଥିତିଉପୁଜେ ସେଥିପାଇଁ ବିହନ ନିଗମ ହିଁ ଦାୟୀ ରହିବେ ବୋଲି ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ