ସରକାରୀ ଆବାସ ପାଲଟିଛି ସାତସପନ

କୁଜଙ୍ଗ, (ପୀତବାସ ପ୍ରଧାନ):କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଭୂତମୁଣ୍ଡାଇ ପଂଚାୟତର ଫୁଲବେଲାରୀ ଗ୍ରାମରେ ଫକୀର ବାରିକଙ୍କ ଘର । ଉକ୍ତ ବ୍ୟକ୍ତି ଜଣଙ୍କ ଜଣେ ଗରୀବ ଶ୍ରେଣୀର ବ୍ୟକ୍ତି ଓ ସରକାରୀ ଆବାସ ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ସରକାରୀ ଆବାସଟିଏ ମିଳିବା ସାତ ସପନ ପାଲଟିଛି । ଫକୀର ସରକାରୀ ଆବାସ ପାଇବା ପାଇଁ ବ୍ଲକ୍ ପଂଚାୟତକୁ ବାରମ୍ବାର ଦୌଡୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି । ଘରେ ତାଙ୍କର ୬ ପରିବାରକୁ ଦୁଃଖ କଷ୍ଟେ ପ୍ରତିପୋଷଣ କରିଆସୁଥିଲେ ପକ୍‌କା ଘର ଖଣ୍ଡେ କରିବାକୁ ତାଙ୍କ ନିକଟରେ ଅର୍ଥ ନାହିଁ । ଏଣୁ ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ