ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ତହସିଲ ବାସୁଦେବପୁର ରାଜସ୍ବ ସର୍କଲ ଅଧିନସ୍ଥ ଗୋକର୍ଣ୍ଣପୁର ଗ୍ରାମରେ ବୁଧବାର  ତହସିଲ ପ୍ରଶାସନ ଓ ପୋଲିସ  ଉପସ୍ଥିତିରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଗୋକର୍ଣ୍ଣପୁର ବାଙ୍କେଶ୍ୱରୀ ଗେଟ୍ ଠାରୁ କିଛି ଦୂରରେ ଥିବା ସରକାରୀ  ଜମିରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବହୁ ବର୍ଷ ହେଲା ଜବରଦଖଲ କରି ବେଆଇନ ଭାବେ ବାସଗୃହ , ଗାଇ ଗୁହାଳ କରିବା ସହ ନିଜ ଅକ୍ତିଆରରେ ରଖି ପନିପରିବା ଚାଷ କରୁଥିଲେ । ଏନେଇ  ଗ୍ରାମବାସୀ ଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲା। ଏନେଇ ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ଜବର ଦଖଲକାରୀ ମାନଙ୍କୁ ତୁରନ୍ତ ଉଚ୍ଛେଦ ପାଇଁ ନୋଟିସ କରାଯାଇଥିଲା । ସେମାନେ ନୋଟିସ କୁ ଖାତିର କରିନଥିଲେ। ବୁଧବାର ସକାଳୁ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସିପକ କୁମାର ପାତ୍ରଙ୍କ ଉପସ୍ଥିତି ରେ ଦିଗପହଣ୍ଡି  ପୋଲିସ ଏବଂ ରାଜସ୍ବ କର୍ମଚାରୀ ମାନେ ଜେସିବି ମେସିନ ସହାୟତା ରେ ଉକ୍ତ ସ୍ଥାନରୁ ଜବର ଦଖଲକାରୀଙ୍କ ଅସ୍ଥାୟୀ ବାସଗୃହ ଓ ଗୁହାଳ ଘରକୁ ଉଛେଦ କରାଯାଇଥିଲା । ଏହି ଜବରଦଖଲ ଉଚ୍ଛେଦ  ସମୟରେ ରାଜସ୍ବ ନିରୀକ୍ଷକ ବନିତା ପ୍ରଧାନ , ବିଘ୍ନେଶ୍ୱର ଆଚାର୍ଯ୍ୟ , ଅକ୍ଷୟ ମଲ୍ଲିକ , ଉପେନ୍ଦ୍ର ବେହେରା , ଯଜ୍ଞ ବେହେରା ଙ୍କ ସମେତ ଦିଗପହଣ୍ଡି ଥାନା ପୋଲିସ ଟିମ୍ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ