ସରକାରୀ ଜମିରେ ଚାଲିଛି ବେଆଇନ ଭାବେ ଇଟାଭାଟି, ପ୍ରଶାସନ ନୀରବଦ୍ରଷ୍ଟା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ତହସିଲ ଅଧିନସ୍ଥ ସୋସୋ ରାଜସ୍ୱ ସର୍କଲର ସୋସୋ ମୌଜାରେ ସରକାରୀ ଜମି ଉପରେ ବେଆଇନି ଭାବେ ଇଟାଭାଟି ଚାଲୁଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ସୋସୋ ଗ୍ରାମର ଜଣେ ବ୍ୟକ୍ତି ଗତ କିଛିବର୍ଷ ଧରି ସୋସୋ ମୌଜାର ସାରଙ୍ଗଧର ରାଇସମିଲ ପଛପଟେ ଥିବା ଗ୍ରାମ୍ୟଜଂଗଲ, ସ୍ମଶାନ ଓ ଗୋଚର ଜମିକୁ ଜବରଦଖଲ କରି ତା ଉପରେ ବେଆଇନ ଭାବେ ଇଟାଭାଟି କରି ପରିବେଷ ପ୍ରଦ୍ୟୁଷଣ କରିଚାଲିଛନ୍ତି । ଏପରିକି ସର୍ବସାଧାରଣ ରାସ୍ତାକୁ ଅବରୋଧ କରିବା ସହିତ ମୃତିକାକ୍ଷୟ ସହିତ ବିରାଟ ବିରାଟ ପୋଖରୀ କରିଦେବାରୁ ଗୋରୁଗାଈ ଚରିବାକୁ ସ୍ଥାନ ପାଉ ନାହାନ୍ତି । ଏପରିକି ଅନେକ ସମୟରେ ଇଟା ପ୍ରସ୍ତୁତ ପାଇଁ ଖୋଳାଯାଇଥିବା ଗର୍ତରେ ପଡି ଗୃହପାଳିତ ପଶୁ ମାନଙ୍କର ଜୀବନ ହାନୀ ଘଟୁଛି । ପୁର୍ବରୁ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିବାବେଳେ ଇଟାଭାଟି ବନ୍ଦ କରିବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶନାମା ଜାରିକରିଥିଲେ ମଧ୍ୟ କିଛି ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ପ୍ରଲୋଭିତ କରି ଜୋରିମାନା ଦେବା ବାହାନାରେ ଇଟା ପ୍ରସ୍ତୁତ କରିଚାଲିଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳ ଓ ହଟଡିହି ତହସିଲଦାରଙ୍କ ପକ୍ଷରୁ ଦାବିପତ୍ର ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏ ସମ୍ପର୍କରେ ସୋସୋ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରେ ସେ ଏପରି ଅଭିଯୋଗ ବାବଦରେ ଜାଣି ନଥିବା କହିଛନ୍ତି । ଯଦି ଅଭିଯୋଗ ଆସେ ତେବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ