ସରକାରୀ ସହାୟତା ନ ମିଳିବାରୁ ପ୍ରତିବାଦ କରିଲେ ଗ୍ରାମବାସୀ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ପିଣ୍ଡିକି ଗାଁରେ ପଜିଟିଭ ବାହାରିଥିବା ବେଳେ ପିଣ୍ଡିକି ଗାଁ କୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ପ୍ରଶାସନ ବନ୍ଦକରିବା ସହ କଣ୍ଟେଣ୍ଟେମେଣ୍ଟ ଜୋନ ଭାବେ ଘୋଷଣା କରିଥିଲେ, ଗତ ୪ରୁ ଆଜିକୁ ୬ ଦିନ ବିତି ଥିଲେ ବି ଲୋକଙ୍କୁ ମିଳିନି ରାସନ୍ ସାମଗ୍ରୀ କି ମେଡ଼ିକାଲ ସୁବିଧା ଏପରିକି ଗତ କାଲି ଜଣେ ବୃଦ୍ଧା ଲୋକକୁ ଝାଡା ରୋଗ ହେବାରୁ ମେଡ଼ିକାଲ ଅଣାଯାଇଥିଲା ଡାକ୍ତର ତାଙ୍କୁ ଫେରାଇଦେଇଥିଲେ, ତେଣୁ ଆଜି ହରି ଜନ ସାହି ଲୋକେ ପ୍ରତିବାଦ କରି ବନ୍ଦ କରାଯାଇଥିବା ବ୍ୟାରିକେଡ ନିକଟରେ ଏକତ୍ରିତ୍ ହଇଚନ୍ତି ଏଇ ବିଷୟରେ ବିଡ଼ିଓ ବଂଶୀଧର ଖୁସଲଙ୍କୁ ପଚାରିବାରୁ ସେ କହିଚନ୍ତି ଡାକ୍ତରୀ ଦଳ ପହଞ୍ଚି ତାଙ୍କ କାମ କରୁଛନ୍ତି ଏବଂ ସେମାନେ ମାଗଣା ରେସନ୍ ସାମଗ୍ରୀ ମାଗୁଛନ୍ତି ସରକାର ମାଗଣା ରେଶନ ସାମଗ୍ରୀ ଦେଇନାହାନ୍ତି, ଘଟଣା ସ୍ଥଳେ ସରକାରୀ କର୍ମଚାରୀ ମାନେ ପହଞ୍ଚି ବୁଜା ସୁଝା କରୁଛନ୍ତି ।


