ସରଳା ଗ୍ରାମରେ ଲକ୍ଷ୍ମୀନାରାୟଣ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ସରଳା ଗ୍ରାମରେ ନବ ନିର୍ମିତ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ମଧ୍ୟାହ୍ନରେ ନାୟକ ସାହି ପୋଖରୀରୁ ୧୩୬ ଘଟ୍ଟ ଉତ୍ତୋଳନ କରାଯିବା ପରେ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ସ୍ୱତନ୍ତ୍ର ରିତୀନୀତି ମତେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ବାଇଧର ଜେନା, ଶାନ୍ତିଲତା ଜେନା, ଦେବେନ୍ଦ୍ର ଜେନା, ମମତା ରାଉତ, ବିଜୟଲକ୍ଷ୍ମୀ ଜେନା, ମନୋଜ ପଟ୍ଟନାୟକ, ସବିତା ପଟ୍ଟନାୟକ, ଲକ୍ଷମୀଧର ବେହେରା, ମମତା ବେହେରା, ସୁକାନ୍ତ ବେହେରା, ସବିତା ବେହେରାଙ୍କ ସମେତ ଅନେକ ଗ୍ରାମବାସୀ କର୍ତ୍ତାଭାବେ ସାମିଲ ହୋଇଥିବାବେଳେ ପଣ୍ଡିତ ଅଭୟ ଚରଣ ପଣ୍ଡା, ଅରବିନ୍ଦ ପଣ୍ଡା, ଗଣେଶ ଚନ୍ଦ୍ର ପଣ୍ଡା, ଶିବବ୍ରତ କର, ଗୋପିରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ବେଦମନ୍ତ୍ରରେ ପୂଜାକାର୍ଯ୍ୟ ଚାଲୁ ରହିଛି । ଅନେକ ଦିନ ହେଲା ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲେ ମଧ୍ୟ କରୋନା ପାଇଁ ଏହା ପ୍ରତିଷ୍ଠା ହୋଇ ପାରିନଥିଲା । ଦେବେନ୍ଦ୍ର ଜେନାଙ୍କ ସଂଯୋଜନାରେ ସମସ୍ତ ଗ୍ରାମବାସୀମାନେ ଏହି ପ୍ରତିଷ୍ଠା କାର୍ଯ୍ୟରେ ସାମିଲ ହୋଇଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ, ପ୍ରବଚନ ଆଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର ରହିଛି । ଆଜିର ଏହି ଉତ୍ସବରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ସରପଞ୍ଚଙ୍କ ପ୍ରତିନିଧି ମଣିଚରଣ ଜେନା, ସମିତିସଭ୍ୟା ମଧୁସ୍ମୀତା ବେହେରା, ଗୋପାଳ ଚନ୍ଦ୍ର ବେହେରା, ବିଦ୍ୟାଧର ଭୋଇ, ପର୍ଶୁରାମ ବେହେରା, ମଣି ଚରଣ ନାୟକ, ମନୋଜ ପଟ୍ଟନାୟକ, ଅତୁଲ ବେହେରା, ମହେଶ୍ୱର ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ ।


