ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାରାଦ୍ଵୀପ ର ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାରାଦୀପ, (ପୀତବାସ ପ୍ରଧାନ):ଗୁରୁବାର ଦିନ ଶିଶୁ ବିଦ୍ୟା ମନ୍ଦିର ପାରାଦ୍ଵୀପ ର ୨୯ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବକୁ ବେଦ ଧ୍ଵନି ସହ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଉତ୍ସବ ର ମୁଖ୍ୟ ଅତିଥି ପାରାଦ୍ଵୀପ ସ୍ଥିତ ଇଫକୋ ୟୁନିଟ ର ଜନସଂପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ବେଉରା,ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ,ବିଶିଷ୍ଟ ଆଧ୍ୟାତ୍ମିକ ପ୍ରଚାରକ ତଥା ଆବାହକ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ,ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ସମ୍ପାଦକ ପୂର୍ବ ସମ୍ଭାଗ,ଶିକ୍ଷାବିକାଶ ସମିତି ଓଡିଶା ।ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ବ କରିଥିଲେ ପରିଚାଳନା ସମିତିର ଉପ ସଭାପତି ଶ୍ରୀଯୁକ୍ତ ନୃସିଂହ ପ୍ରସାଦ ଶତପଥୀ ।ପରିଚାଳନା ସମିତିର ସମ୍ପାଦକ ଡ଼ାଃ ଦେବଦତ୍ତ ସାମନ୍ତରାୟ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ। ଦିବା ପର୍ଯ୍ୟାୟର ପ୍ରମୁଖ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ ଭୀମସେନ ନାଥ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ। ସୁଶ୍ରୀ ମମତା କର ପୁରସ୍କାର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହ ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ ପ୍ରମୁଖ ଶ୍ରୀଯୁକ୍ତ ତାପସ କୁମାର ବାରିକ ସାଂସ୍କୃତିକ କାର୍ଯକ୍ରମ କୁ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ୩୦୦ରୁ ଅଧିକ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ।ବିଦ୍ୟାଳୟର ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା,ସମସ୍ତ ଗୁରୁଜୀ ଗୁରୁମା,ସବାକ ସେବିକା, ଶୁଭେଛୁ,ସଂଘ ତଥା ବିବିଧ କ୍ଷେତ୍ରର ସମସ୍ତ କାର୍ଯ୍ୟ କର୍ତ୍ତା, ଶିକ୍ଷାବିକାସ ସମିତି ,ଓଡ଼ିଶା ର ସମସ୍ତ ସଦସ୍ୟ,ଅଭିଭାବକ ଅଭିଭାବିକା ବନ୍ଧୁ ଭଗିନୀ,ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଲ୍ୟମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ