ସରସ୍ଵତୀପୁର ଠାରେ ଘର ତାଲା ଭାଙ୍ଗି ଚୋରି କରିବା ଘଟଣାର ଦୁଇ ଗିରଫ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସହର ଉପକଣ୍ଠ ଶିଳ୍ପାଞ୍ଚଳ ଥାନା ସରସ୍ଵତୀପୁର ଅଞ୍ଚଳ ରେ ଘର ତାଲା ଭାଙ୍ଗି ଚୋରି ଘଟଣାର ଦୁଇଜଣ ଚୋର କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୨୨ ହଜାର ଟଙ୍କା,ଗୋଟିଏ ପାଉଁଜି ଏବଂ ଚୋରିରେ ବ୍ୟବହୃତ ହାତୁଡ଼ି, ଚ୍ଛେଣୀ ଓ ଗୋଟିଏ ପ୍ଲେଜର ସ୍କୁଟର କୁ ଜବତ କରିଛି। ଏ ନେଇ ଆଜି ଶିଳ୍ପାଞ୍ଚଳ ଥାନା ରେ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଡଃ ଶଶାଙ୍କ ଶେଖର ବେଉରିଆ ସୂଚନା ଦେଇଥିଲେ।ଶ୍ରୀ ବେଉରିଆ କହିଥିଲେ ଗତ ୧୦/୧୦/୨୦୨୩ ରିଖ ରାତିରେ ଶିଳ୍ପାଞ୍ଚଳ ଥାନା ସରସ୍ଵତୀପୁର ଅଞ୍ଚଳର ବିଭୂପଦ ସାହୁଙ୍କ ଘରେ କେହି ନଥିବା ବେଳେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗରେ ଶ୍ରୀ ସାହୁ ନଗଦ ୪୦ ହଜାର ଟଙ୍କା,ଦେଢ଼ ଗ୍ରାମ ସୁନା ଗହଣା ଚୋର ଚୋରି କରି ନେଇଥିବାର ଅଭିଯୋଗ କରିଥିଲେ। ଏ ନେଇ ଶିଳ୍ପାଞ୍ଚଳ ଥାନାରେ ୧୮୩/୨୩ ମୂଳେ ମାମଲା ରୁଜୁ ହୋଇ ପୋଲିସ ତଦନ୍ତ ଚଳାଇ ଟାଉନ ଥାନା ଖପରାପଦା ଅଞ୍ଚଳ ରୁ ଜଣେ ଚୋରକୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ପଶ୍ଚିମବଙ୍ଗ ମୁର୍ଶିଦାବାଦ ରୁ ଗିରଫ କରିଛି।ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ମୋଟ ତିନି ଜନ ଅଭିଯୁକ୍ତ ଏହି ଚୋରି ଘଟଣାରେ ସଂପୃକ୍ତ ବୋଲି ଏସଡିପିଓ କହିଥିଲେ।ତେବେ ସେମାନଙ୍କ ଠାରୁ ଚୋରି ରେ ବ୍ୟବହୃତ ସ୍କୁଟି,ନଗଦ ୨୨ ହଜାର ଟଙ୍କା,ଗୋଟିଏ ହାତୁଡ଼ି, ଛେଣୀ କୁ ଜବତ କରିବା ସହ ଗୋଟିଏ ପାଉଁଜି ଜବତ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ।ଶ୍ରୀ ବେଉରିଆ ସୂଚନା ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି ଶ୍ୟାମଘନ ବେହେରା,ସବ ଇନ୍ସପେକ୍ଟର ମାହୀ ମଇ ହେମ୍ବ୍ରମ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ