ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଛତିଶଗଡ ସ୍ପୋର୍ଟସ ସେମିରେ ରାଜ୍ୟ ଖେଳ ପୃଷ୍ଠାରେ ଦେବେ

ହାଟଡ଼ିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଆଜିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ଆଞ୍ଚଳିକ ଯୁବପରିଷଦ ହାଟଡିହିର ଉପଦ୍ଦେଷ୍ଟା ମନୋଜ ପାତ୍ର, ଆଞ୍ଚଳିକ ଯୁବପରିଷଦ ହାଟଡିହିର ସଭାପତି ଚିନ୍ମୟ କୁମାର ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ଅମିୟ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଜିର ଉଦଘାଟନ ମ୍ୟାଚରେ ରାଇଜିଂ ଷ୍ଟାର କଟକକୁ ୪ଉଇକେଟରେ ହରାଇ କୁ ହରାଇ ଛତିଶଗଡ ସ୍ପୋର୍ଟସ ସେମିଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ରାଇଜିଂ ଷ୍ଟାର କଟକ ଟସ୍ ଜିତି ବ୍ୟାଟିଂ ନିଷ୍ପତିନେଇ ନିର୍ଦ୍ଧାରିତ ୨୦ଓଭରରେ ୧୩୬ରନ କରିଥିଲା । ଦଳପକ୍ଷରୁ ପ୍ରିନସ ସୌଭାଗ୍ୟ ବେହେରା ୫୭ବଲରେ ୭ଟି ଚୌକା ଓ ୨ଟି ଛକା ବଳରେ ୬୧ରନ ସଂଗ୍ରହ କରିଥିଲେ । । ଏହାର ଜବାବରେ ଛତିଶଗଡ ସ୍ପୋର୍ଟସ ମାତ୍ର ୧୮.୨ଓଭରରେ ୬ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ୧୩୭ରନ ସଂଗ୍ରହ କରିନେଇଥିଲା । ଦଳପକ୍ଷରୁ ରାଜେଶ ଅର୍ଜୁନ ମାତ୍ର ୨୬ଟି ବଲରେ ୫ଟି ଛକା ଓ ୩ଟି ଚୌକା ସାହାଯ୍ୟରେ ୪୮ରନ ସଂଗ୍ରହ କରି ବିଜୟରେ ମୁଖ୍ୟ ଭୁମିକା ଗ୍ରହଣ କରି ମ୍ୟାନ ଅଫ ଦ ମ୍ୟାଚ ପାଇଁ ବିବେଚିତ ହୋଇଥିଲେ । ରାଇଜିଂଷ୍ଟାର କଟକର ସୌଭାଗ୍ୟ ମିଶ୍ର ୩ଓଭର ବୋଲିଂ କରି ମାତ୍ର ୨୯ରନ ଦେଇ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଶାନ୍ତନୁ କୁମାର ରାଉତ ଓ ଲଲାଟ କେଶରୀ ନନ୍ଦ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ନବୀନ ଜେନା ସ୍କୋରର ଓ ସୁଧାଶୁଂ ଶେଖର ମହାନ୍ତି, ଦେବାଶିଷ ଚକ୍ରବର୍ତ୍ତୀ, ଗଣେଶ କୁଅଁର ଓ ସଞ୍ଜୟ ମଜମୁଦାର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ହଜାର ହଜାର ଦର୍ଶକଏହି ଖେଳକୁ ଉପଭୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଉପଦ୍ଦେଷ୍ଟା ମନୋଜ ପାତ୍ର, ସଭାପତି ଚିନ୍ମୟ ନାୟକ, ସମାଜସେବୀ ବିଶ୍ୱନାଥ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛତିଶଗଡର ରାଜେଶ ଅର୍ଜୁନଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ପଦ୍ମନାଭ ସାମଲ, ବଳରାମ ଜେନା, ଦେବାଶିଷ ବାରିକ, ମାନସ ଜେନା, ପ୍ରଦୀପ ଜେନା, ଭଗବାନ ନାୟକ, ଚାନ୍ଦିଆ ମୁଦୁଲି, ବିପିନି ଯେନା, ବିଜୟ ମଲ୍ଲିକ, ପ୍ରଫୁଲ୍ଲ ସ୍ୱାଇଁ, ହାଡିବନ୍ଧୁ ଭୁୟାଁ, ସ୍ୱାତିଶ ସାମଲ, ସୀତାରାମ ଜେନା, ପ୍ରତାପ ଦେବତା, ଚଗୁଲୁ ଯେନା, କାହ୍ନା ସେଠୀ, କାହ୍ନା ଜେନା, ସତ୍ୟପ୍ରକାଶ ମହଲା, ତରୁଣକାନ୍ତ ସାମଲ, ଏମ.ଡି. ବାବୁ, ସିପୁ ଜେନା, ଅଜୟ ଜେନା ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ଗ୍ରୁପ ଏ ର ଦ୍ୱିତୀୟ ମ୍ୟାଚରେ ପଞ୍ଚଶଖା କ୍ରିକେଟ ଏକାଡେମୀ ପୁରୀ ଓ ୟୁ ଆଣ୍ଡ ମି ବାଲେଶ୍ୱର ମଧ୍ୟରେ ଦ୍ୱିତୀୟ କ୍ଟାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ