ସହଯୋଗର ହାତ ବଢ଼ାଇଲର ପ୍ରବାସୀ ଓଡ଼ିଆ ସମାଜ ସଭାପତି

ବୁଗୁଡା,(ଅନିଲ କୁମାର ମହାରଣା): ସୁରାଟ ପାଣ୍ଡେସର ଅଞ୍ଚଳର ରଚନା କଲର କମ୍ପାନୀ ସମ୍ମୁଖରେ ଥିବା ଏକ କେମିକାଲ ଫ୍ୟାକ୍ଟେରିରେ ଝୁଲୁ ସାମଲ ନାମକ ଜଣେ ଓଡ଼ିଆ ଶ୍ରମିକ କାମ କରୁଥିଲେ। ଗତ ଡିସେମ୍ବର ୦୫ ତାରିଖ ଦିନ ଫ୍ୟାକ୍ଟେରିରେ କାର୍ଯ୍ୟ କରୁଥିବା ବେଳେ ଗୋଡ ଖସି ଝୁଲୁଙ୍କ ଗୋଡଖସି ଦୁଇ ଗୋଡ଼ର ହାଡ ଭାଙ୍ଗି ଯାଇଥିଲା। ଫ୍ୟାକ୍ଟେରି ମାଲିକ ତାର ଅନ୍ୟ ଲୋକଦ୍ୱାର ଝୁଲୁଙ୍କୁ ଟେକିନେଇ ଅଳ୍ପ ଦୂରରେ ଏକ ଗଛ ତଳେ ଛାଡ଼ିଦେଇ ଚାଲିଗଲେ। ସେଠାରେ ଝୁଲୁ ଯନ୍ତ୍ରଣା ଭୋଗୁଥିବା ବେଳେ ଦୁଇ ଦିନ ପରେ ଜଣେ ଓଡ଼ିଆ ବ୍ୟକ୍ତି ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟକୁ ଫୋନକରି ଜଣାଇଥିଲେ। ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁ ସଙ୍ଗେ ସଙ୍ଗେ ଅଫିସ ସମ୍ପାଦକ ଜୟରାମ ଦଳାଇ ଓ ଲୋକ ପଠାଇ ପାଣ୍ଡେସର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଇ ଚିକିତ୍ସା କରାଇଥିଲେ। ସୁସ୍ଥ ହେବା ପରେ ପ୍ରବାସୀ ଓଡ଼ିଆ ସମାଜ ସଭାପତି ଶ୍ରୀ ସାହୁ ଝୁଲୁ ପାଇଁ ଟ୍ରେନ ଟିକେଟ କରି କିଛି ଆର୍ଥିକ ସହାୟତା ଦେଇ ଗ୍ରାମକୁ ପଠାଇଥିଲେ। ସୁରାଟରେ ପ୍ରତି ମାସରେ ୧୦ ଜଣରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ ଏହିପରି ଦୁର୍ଘଟଣାରେ ଅକର୍ମଣ୍ୟ ଓ ମୃତ୍ୟୁ ମୁଖରେ ପଡୁଥିଲେ ମଧ୍ୟ ଫ୍ୟାକ୍ଟେରି ମାଲିକମାନେ ଆମ କଂପାନୀର ଶ୍ରମିକ ନୁହଁନ୍ତି କହି କୌଣସି ପ୍ରକାର କ୍ଷତି ପୂରଣ ଦେଉନାହାଁନ୍ତି।ସେଥିପାଇଁ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ସରକାରଙ୍କ ସହ ଆଲୋଚନା କରି ୨୦୦ ଟଙ୍କା ବିନିମୟରେ ୧୦ ଲକ୍ଷର ବୀମା ଯୋଜନା ହାସଲ କରି ସଭା ସମିତି କରି ସଚେତନ କରୁଥିଲେ ମଧ୍ୟ ଅତି କମ ସଂଖ୍ୟକ ଓଡ଼ିଆ ଶ୍ରମିକ ବିମାଭୁକ୍ତ ହୋଇଛନ୍ତି। କମ୍ପାନୀ ସହ ଚୁକ୍ତି କରି ଶ୍ରମିକଙ୍କ ମଜୁରୀ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରିବାକୁ ଟ୍ରଷ୍ଟ ଦାବୀ କରିଆସୁଥିଲେ ମଧ୍ୟ ଦଲାଲଙ୍କ ଜାଲରେ ଛନ୍ଦି ହୋଇ କମ୍ପାନୀ ସହ କୌଣସି ଚୁକ୍ତିନାମା ନକରି ମୌଖିକ ନିର୍ଦ୍ଦେଶ ପ୍ରକାରେ ଶ୍ରମିକ ଭାବେ କାର୍ଯ୍ୟକରି ଏହିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁ ଓଡ଼ିଶାର ସମସ୍ତ ଲୋକ ପ୍ରତିନିଧି ଓ ସ୍ବେଚ୍ଛାସେବୀ ସଙ୍ଗଠନ ମାନଙ୍କୁ ଶ୍ରମିକମାନଙ୍କୁ ସଚେତନ କରିବା ପାଇଁ ଅପିଲ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ