ସହଯୋଗ ବୃଦ୍ଧିକୁ ନେଇ ଆଲୋଚନା

ନୂଆଦିଲ୍ଲୀ, ୨୫ ଜୁଲାଇ – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ସାଉଦି ଆରବର ଶକ୍ତି ମନ୍ତ୍ରୀ ଖାଲିଦ ଅଲଫଲିଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ ଉଭୟ ଦେଶ ମଧ୍ୟରେ ବିଶେଷ ଭାବରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧିକୁ ନେଇ ଆଲୋଚନା ହୋଇଥିବା ଜଣା ପଡିଛି । ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ପ୍ରଧାନ ସଂପ୍ରତି ଏସିଆନ ପ୍ରିମିୟମରେ ବୃଦ୍ଧି ପ୍ରସଙ୍ଗ , ଷ୍ଟ୍ରେଟ ଅଫ ହମରୋଜ ରେ ଅଶାନ୍ତି କାରଣରୁ ତୈଳ ଓ ଏଲଏନଜି ଟ୍ୟାଙ୍କର ଚଳାଚଳ ପ୍ରଭାବିତ ହେବା ସମ୍ପର୍କରେ ଉଲ୍ଲେଖ କରି ଏ ନେଇ ଭାରତର ଚିନ୍ତା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଏହା ବ୍ୟତୀତ ଏହି ଆଲୋଚନା ବେଳେ ଓପେକ ପ୍ଲସ ସଦସ୍ୟ ମାନଙ୍କ ଦ୍ୱାରା ପ୍ରଡକ୍ସନ କଟ୍ସକୁ ସଂପ୍ରସାରିତ କରିବା ନିଷ୍ପତି ଫଳରେ ତୈଳ ମୂଲ୍ୟରେ ଅସ୍ଥିରତା ତଥା ଭାରତର ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ମଧ୍ୟ ଭାରତର ଉଦବେଗ ସମ୍ପର୍କରେ ମଧ୍ୟ ପ୍ରଧାନ ତାଙ୍କୁ ଅବଗତ କରାଇଥିଲେ ା ଆଲୋଚନା କାଳରେ ଶ୍ରୀ ପ୍ରଧାନ ତାଙ୍କୁ ତୈଳ ବଜାର ସନ୍ତୁଳନରେ ସାଉଦି ଆରବକୁ ନେତୃତ୍ୱର ଭୂମିକା ନେବାକୁ ଅନୁରୋଧ କରିଥିଲେ । ଶ୍ରୀ ପ୍ରଧାନ ଶ୍ରୀ ଖାଲିଦଙ୍କୁ ବୈଶ୍ୱିକ ତୈଳ ବଜାରର ପାରଦର୍ଶିତା ପାଇଁ ଏସିଆନ ପ୍ରିମିୟମ ପ୍ରସଙ୍ଗର ସମାଧାନ କରିବାକୁ ଅନୁରୋଧ କରିଥିଲେ । ସମସ୍ତ ଦେଶ ମାନଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ଦାୟିତ୍ୱବାନ ମୂଲ୍ୟ ନିର୍ଧାରଣ ପାଇଁ ମଧ୍ୟ ଅନୁରୋଧ କରିଥିଲେ । ସାଉଦି ଆରବ ଭାରତର ଶକ୍ତି କ୍ଷେତ୍ରର ଦୀର୍ଘକାଳୀନ ସହଯୋଗୀ ହୋଇଥିବା କାରଣରୁ ସେ ଭାରତର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ପ୍ରୋଗ୍ରାମରେ ଭାଗ ନେବାକୁ ସାଉଦି ଆରାମକୋକୁ ନିମନ୍ତ୍ରଣ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଶ୍ରୀ ଖାଲିଦଙ୍କ ସହ ଭାରତରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ମେଗା ପୁଂଜିନିବେଶ ସମ୍ପର୍କରେ ସମୀକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ