ସହରର ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟ ନିର୍ବାଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ସହରର ବିଭିନ୍ନ ସମସ୍ୟା ନେଇ ଛତ୍ରପୁର ବିଧାୟକ ସୁବାସ ବେହେରା ଓ ସ୍ଥାନୀୟ ବାସିନ୍ଦା ଶନିବାର ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁଙ୍କ ସହ ଆଲୋଚନା କରିଛନ୍ତି । ଏନଏସିରେ ଥିବା ଶ୍ମଶାନର ଉନ୍ନତିକରଣ କରିବା ସହିତ ଶ୍ମଶାନ ପରିସରରେ ଆଲୋକୀକରଣ ବ୍ୟବସ୍ଥା କରିବା, ଶ୍ମଶାନକୁ ସଫାସୁତୁରା କରିବା ପାଇଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ବର୍ଷା ହେଲେ ରିକାପଲ୍ଲୀ ଛକ ଠାରେ ପାଣି ଜମି ରହୁଥିବାରୁ ଯାତାୟତରେ ସମସ୍ୟା ଉପଜୁଛି । ଏଣୁ ଏହାକୁ ତୁରନ୍ତ ମରାମତି କରିବା , ଷ୍ଟାଡିୟମ ପରିସରରେ ୟୁରିନାଲର ବ୍ୟବସ୍ଥା କରିବା ସହିତ ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, ବି.ରାଜିବାବୁ, କିଶୋର ଚନ୍ଦ୍ର ସେନାପତି ଓ ବାଦଲ ପାଣ୍ଡି, ବିଜୁ ଆଇନ ସାମ୍ମୁଖ୍ୟରେ ସଭାପତି ସୁରେଶ କୁମାର ପଣ୍ଡା,ଏ.ଗିରଧର ରାଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି. ସୁଦାମ, ବାବୁଲା ବେହେରା, ମାଧବ କାୟାଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।


