୯ ଓ ୧୨ ନମ୍ବର ୱାର୍ଡରେ ସଂରକ୍ଷଣ ପରିବର୍ତ୍ତନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) : ପଞ୍ଚାୟତ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ରହିଛି । ଆଉ ଏଥି ପାଇଁ ପ୍ରକାଶ ପାଇ ସାରିଛି ସଂରକ୍ଷଣ ତାଲିକା । ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ୯ ନମ୍ବର ୱାର୍ଡରେ ସଂରକ୍ଷଣ ହୋଇଥିବା ଅନୁସୂଚିତ ଜନଜାତି ମହିଳା ଓ ୧୨ ନମ୍ବର ୱାର୍ଡରେ ହୋଇଥିବା ପଛୁଆବର୍ଗ ସଂରକ୍ଷଣକୁ ପରିବର୍ତ୍ତନ କରିବା ପାଇଁ ୱାର୍ଡ ର କିଛି ବାସିନ୍ଦା ମାନେ ଶନିବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୯ ନମ୍ବର ୱାର୍ଡରେ ୫୫୦ ଜନସଂଖ୍ୟା ହୋଇଥିବାରୁ ୪ ରୁ ୫ ଘର ଲୋକ ଅନୁସୂଚିତ ଜନଜାତି ବୋଲି ଭୋଟର ତାଲିକାରେ ନାମ ରହିଛି, କିନ୍ତୁ ବାସ୍ତବିକ୍ ଅନୁସୂଚିତ ଜନଜାତି ସ୍ଥାୟୀ ବାସିନ୍ଦା କେହି ନଥିବା ସେମାନେ ଏହି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ୧୨ ନମ୍ବର ୱାର୍ଡରେ ପଛୁଆବର୍ଗ ସଂରକ୍ଷଣ ହୋଇଥିବା ବେଳେ ଉକ୍ତ ୱାର୍ଡରେ ୮୦ ପ୍ରତିଶତ ଲୋକ ବସବାସ କରୁଛନ୍ତି । ଏଣୁ ଏହି ଦୁଇଟି ୱାର୍ଡର ସଂରକ୍ଷଣ ତାଲିକାକୁ ପୁନଃର୍ବିଚାର କରିବା ପାଇଁ ସେମାନେ ଏହି ଦାବିପତ୍ର ମାଧ୍ୟମରେ ଦାବି କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ପି. ଧର୍ମା ରାଓ, ବାଦଲ ବେହେରା, ମୁନା ପ୍ରଧାନ, ଲବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ