ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବେଲଗୁଣ୍ଠା ଏନ୍ଏସି ଗସ୍ତ : ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ଗଞ୍ଜାମ ଜିଲ୍ଳା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଦର୍ଶନ କରିବା ସହିତ ସହରର ବିଭିନ୍ନ୍ ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି I ଆଜି ପିଡି ଶ୍ରୀ ନାୟକ ବେଲଗୁଣ୍ଠା ଏନଏସିରେ ପହଞ୍ଚି କ୍ଷେତ୍ର ପରିଦର୍ଶନରେ ବାହାରି ଏନ୍ଆରଏଫ୍ ,ଆହାର କେନ୍ଦ୍ର କିଚେନ୍ ଏବଂ ପଥରାପଲ୍ଲୀ ସ୍ଥିତ ଏଫ୍ଏସସିଟି ପ୍ରମୁଖ ପରିଦର୍ଶନ କରିଥିଲେ I ଏହାପରେ ପିଡି ଶ୍ରୀ ନାୟକ ଏନ୍ଏସିର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ସମୀକ୍ଷା ବୈଠକ କରି ସହରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡିକୁ ତ୍ୱରାନ୍ଵିତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଏହା ସହ ସହରର ସ୍ଵଚ୍ଛତା ପ୍ରତି ଅଧିକ ଯତ୍ନଶୀଳ ହେବାପାଇଁ ପରାମର୍ଶ ଦେଇଥିଲେ I ପିଡ଼ିଙ୍କ ଏନ୍ଏସି ପରିଦର୍ଶନ ସମୟରେ କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପାତ୍ରଙ୍କ ସମେତ ସାନିଟେସନ୍ ଏକ୍ସପର୍ଟ୍ ପ୍ରବୀଣ କୁମାର, ସାନିଟେସନ୍ ସୁପରଭାଇଜର ଶିବରାମ ଚୌଧୁରୀ, ମୁକ୍ତା ଆକାଉଣ୍ଟାଣ୍ଟ୍ କ୍ଷୀରୋଦ କୁମାର ବେହେରା,କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନା, ସ୍ଵଚ୍ଛ ସାଥୀ, ସ୍ଵଚ୍ଛ ସୁପରଭାଇଜର ପାୟଲ ମହାପାତ୍ରଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ I