ସାଂସଦଙ୍କ ବିରୋଧରେ ଥାନାରେ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ନିର୍ବାଚନ ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି । କେତେବେଳେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର ତ ଆଉ କେତେବେଳେ ପ୍ରାପ୍ୟ ଅର୍ଥ ନଦେବା ଘଟଣା । ଏଭଳି ଏକ ଅଭିଯୋଗ ଗୁରୁବାର ଦିନ କେନ୍ଦ୍ରାପଡା ସଦର ଥାନାରେ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ ସାଧାରଣ ନିର୍ବାଚନ ସମୟରେ ସଦର ଥାନା ଅନ୍ତର୍ଗତ ଗରାପୁର ଅଞ୍ଚଳରେ ଥିବା ବଳଦେବ ଆଡ ମିଡିଆ ଫ୍ଲେକ୍ସ ପ୍ରିଟିଂ ଦୋକାନରେ ପୋଷ୍ଟର ଏବଂ ବ୍ୟାନର ଛପା କାମ ବାବଦକୁ ୧୧ ଲକ୍ଷ ୪୫ ହଜାର ଟଙ୍କା ସେହି ଦୋକାନିକୁ ପ୍ରଦାନ ନକରିବାରୁ ଶେଷରେ ଦୋକାନ ମାଲିକ ସ୍ମୃତିରଞ୍ଜନ ସ୍ୱାଇଁ ବାଧ୍ୟ ହୋଇ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି । ତେବେ ସାଂସଦ ଶ୍ରୀ ମହାନ୍ତି ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଯେ ସଂପୃକ୍ତ ଦୋକାନୀଙ୍କୁ ସମସ୍ତ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ତାଙ୍କୁ ଉଦେଶ୍ୟମୂଳକ ଭାବରେ ବଦନାମୀ କରିବାକୁ ଏଭଳି ପ୍ରୟାସ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ