ସାଂସଦ ଖେଳ ମହାକୁମ୍ଭ ଲାଗି ଦାଇତ୍ୱ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନରେ ଖେଳର ପ୍ରଚାର ଓ ପ୍ରସାର ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ବାଲେଶ୍ବରର ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ୱାରା ଆସନ୍ତା ଫେବୃଆରୀ ୨୦ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର ଲୋକସଭା କ୍ଷେତ୍ରର ସମସ୍ତ ବ୍ଲକରେ ସାଂସଦ ଖେଳ ମହାକୁମ୍ଭ ଅନୁଷ୍ଠିତ ହେବ । ଆସନ୍ତା ୨୦ ତାରିଖ ସକାଳ ୧୦ ଘଟିକା ସମୟରେ ବାଲେଶ୍ୱର ସ୍ଥିତ ପରମିଟ ପଡିଆରେ ସାଂସଦ ଖେଳ ମହକୁମ୍ଭର ଶୁଭ ଉଦଘାଟନ ହେବ । ଏହାପରେ ୨୧ ତାରିଖରୁ ସମସ୍ତ ବ୍ଲକରେ କ୍ରିକେଟ, ଫୁଟବଲ, ଭଲିବଲ, କବାଡି, ଖୋ ଖୋ, ଦୌଡ଼ି ଟଣା, ଆଥଲେଟିକ ଇତ୍ୟାଦି ଖେଳ ଅନୁଷ୍ଠିତ ହେବ ଏବଂ ବିଜୟୀ ଟିମମାନେ ପୁରସ୍କୃତ ହେବା ସହ ଜିଲ୍ଲାରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହେବେ । ଆଜି ବାଲେଶ୍ୱର ରୟାଲ କୁଇନ ମଣ୍ଡପରେ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଏକ କମିଟି ଗଠିତ ହୋଇଯାଇଛି । ଏହି କମିଟିର ସଭାପତି ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ସମ୍ପାଦକ ରାଜେଶ ମହାପାତ୍ର, ସହସମ୍ପାଦକ ବିଜୟ କୁମାର ସାହୁ, କୋଷାଧକ୍ଷ ମୋହିତ ପୋଦ୍ଦାର, ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜିକା ମମତା ମହାପାତ୍ର, ସହସଂଯୋଜକ କିରଣ ମହାରଣା ଓ ଖେଳ ବିଭାଗ ପ୍ରମୁଖ ଚିତ୍ତରଞ୍ଜନ ପସା, ନରେନ୍ଦ୍ର ମହାନ୍ତି, ହେମନ୍ତ ମହାରଣା, ସୁଶାନ୍ତ ବେରା, ଗଣେଶ ସେଠୀ, ପରମାନନ୍ଦ ମହାପାତ୍ର, ଚିତ୍ତରଞ୍ଜନ ପଣ୍ଡା, ଶ୍ରୀନିବାସ ପ୍ରଧାନ, ରଣଜିତ୍ ପୃଷ୍ଟି, ଅରୂପ ଜେନା, ବିଭୂପଦ ଦାସ, ସଂଗ୍ରାମ ପାତ୍ର, ଆଶିଷ ଘୋଷ, କମଳ ଲୋଚନ ଦାସ, ସୁବୋଧ ଚନ୍ଦ୍ର ପଣ୍ଡା ଇତ୍ୟାଦିଙ୍କୁ ଖେଳ ମହାକୁମ୍ଭର ପରିଚାଳନା ସଦସ୍ୟ ଦାୟିତ୍ୱ ପ୍ରଦାନ କରାଯାଇଅଛି । ଏହା ସହିତ ସମସ୍ତ ବ୍ଲକରେ ଖେଳ ପରିଚାଳନା ପାଇଁ ସଂଯୋଜକ ଭାବେ ନାରାୟଣ ମହନ୍ତ (ରେମୁଣା), ଦେବାଶିଷ ଆଚାର୍ଯ୍ୟ(ନୀଳଗିରି), ଉମେଶ ବେହେରା(ସଦର), ଦିବ୍ୟ ସୁନ୍ଦର ଦାଶ(ଭୋଗରାଇ), ଆକାଶ ବେହେରା (ବସ୍ତା), ଦିଲ୍ଲୀପ ପାତ୍ର(ବାଲିଆପାଳ), ତନ୍ମୟ ଚାନ୍ଦ(ଜଳେଶ୍ଵର), ଭବାନୀ ଶାହା(ବଡ଼ସାହି), ଜୀବନ ପରିଡ଼ା(ବେତନଟୀ), ଗୋପିବଲ୍ଲଭ ରାଉତ(ଔପଦା) ଦାୟିତ୍ୱ ପ୍ରଦାନ କରାଯାଇଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ