ସାଉଥକୋ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କାଶୀନଗର ସ୍ଥିତ ସାଉଥ୍କୋ ସବ୍ଡିଭିଜନରେ କାର୍ଯ୍ୟରତଥିବା କର୍ମଚାରୀ ହରିହର ଦାସ ଅବସର ଗ୍ରହଣ କରିବାପରେ ତାଙ୍କୁ ତାଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ଦାସ ଦୀର୍ଘ ଦିନ ହେବ ସାଉଥ୍କୋର ଜଣେ ହେଲପର ଭାବେ କାର୍ଯ୍ୟରତଥିଲେ । ଏହି ବାଦାୟକାଳୀନ ସଭାରେ ସେ ଜଣେ ନିଷ୍ଠାପର ଏବଂ କର୍ତ୍ତବ୍ୟ ନିଷ୍ଠ କର୍ମଚାରୀ ଥିଲେ ବୋଲି ପ୍ରକାଶ କରାଯାଇ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦାୟକାଳୀନ ସଭାରେ ସହକାରୀ ଯନ୍ତ୍ରୀ ସନ୍ଦୀପ କୁମାର ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଯୋଗେନ୍ଦ୍ରନାଥ ମହନ୍ତ, ଦୀଲ୍ଲୀପ କୁମାର ମହାପାତ୍ର, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ ।


