ସାନଖେମୁଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ୧୫୧ ତମ ଗାନ୍ଧିଜୟନ୍ତି ପାଳନ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଜାତି ର ଜନକ ମହାତ୍ମା ଗାନ୍ଧୀ ୧୫୧ ତମ ଜନ୍ମ ଜୟନ୍ତୀ ପାଳନ ଉତ୍ସବ ସାନଖେମୁଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀଚରଣ ପାତ୍ର ପାଟପୁର ଗାନ୍ଧୀ ଛକ ଠାରେ ପୂଜ୍ୟ ବାପୁଜି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ସଭାପତି ଭାସ୍କର ରେଡ୍ଡୀ, ନିରାକାର ପ୍ରଧାନ ରାମଚନ୍ଦ୍ର ପ୍ରଧାନ,ଜୟରାମ ଦୋରା, ଚିନ୍ମୟ କୁମାର ହୋତା ,ମୁକୁନ୍ଦ ବରାଡ ,ଏ ସାଇରାମ ପ୍ରମୁଖ କର୍ମ କର୍ତା ଉପସ୍ଥିତ ରେ ମହାତ୍ମାଗାନ୍ଧୀଙ୍କ ଅହିଂସା,ନିଶା ନିବାରଣ ଭାବଧାରା କୁ ସାକାର କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତା ସଂମ୍ମତି ପ୍ରକାଶ କରିଥିଲେ।ଏବଂ ଏହା ସହ ଦେଶରେ ବଢୁଥିବା ଅହେତକ ନାରୀ ନିର୍ଯ୍ୟାତନା ଓ ନିକଟ ରେ ଉତ୍ତରପ୍ରଦେଶ ରେ ଘଟିଥିବା ଗଣଦୁଷ୍କର୍ମ ହତ୍ୟା ଓ ପୋଲିସ ଦ୍ୱାରା ରାତିଅଧିଆ ପ୍ରମାଣ ନଷ୍ଟ କରିବାକୁ ଯେଉଁଭଳି ଭାବରେ ଶବକୁ ପୋଡିଦିଆଗଲା ଏହା ଯୋଗୀ ସରକାର ର ଜଙ୍ଗଲରାଜ କୁ ଜଳଜଳ କରି ପ୍ରମାଣ ମିଳୁଛି ଓ ଏହାକୁନେଇ ପୀଡିତା ଙ୍କ ପରିବାର ଙ୍କୁ ମିଶିବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀ ଙ୍କୁ ଯେଉଁ ଭଳି ଭାବେ ପୋଲିସ ଦ୍ୱାରା ଆକ୍ରମଣ ଓ ଗିରଫ କରାଗଲା ତାହା କୁ ନେଇ ସାରା ଦେଶ ରେ ଉତ୍ତେଜନା ପ୍ରକାଶପାଇଛି । ଏହି ପରିପ୍ରେକ୍ଷୀରେ ଆଜି ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧିଛକ ଠାରେ ପ୍ରତିବାଦ ଭିକ୍ଷଭ ପ୍ରଦର୍ଶନ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମ ରେ ଶଙ୍କର ରଥ, ଝ ବାବୁଲା ଦୋରା ବାଲ୍ମୀକି ପ୍ରଧାନ ସିବରାମ ସ୍ୱାଇଁ,ଶଙ୍କର୍ଷଣ ଖୁଣ୍ଟିଆମୁନା ଦୋରା , ମୁନା ଦୋରା ଦଳିଅ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ