ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ
ନାଉଗାଁ,( ଯୁଗାବ୍ଦ ନ୍ୟୁଜ୍) :ନାଉଗାଁ ତହସିଲ ଅଧିନ ନନ୍ଦିଗ୍ରାମରେ ସାପ କାମୁଡାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ମହିଳା ଜଣକ ହେଉଛନ୍ତି ଶାନ୍ତିଲତା ଦାସ(୪୨) । ସୂଚନା ଅନୁସାରେ ଶନିବାର ସକାଳେ ଉକ୍ତ ମହିଳା ଜଣକ ବାରିପଟେ ଥିବା ଜାଳେଣୀ କାଠ ଗଦାରୁ କାଠ କାଢୁଥିବା ସମୟରେ ବିଷାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକ ମହିଳାକୁ ସ୍ଥାନୀୟ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରଣ କରାଯାଇଥିଲା । ଅପରାହ୍ନ ସମୟରେ ଅତି ଗୁରୁତର ହେବାରୁ ଡାକ୍ତର କଟକ ବଡ ମେଡିକାଲ ପଠାଇ ଦେଇଥିଲେ । କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯିବା ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କ ପରିବାରରେ ସ୍ୱାମୀ ସୁରେନ୍ଦ୍ର ଚନ୍ଦ୍ର ଭୋଇ ଓ ଗୋଟିଏ ପୁଅ ଓ ଝିଅ ଅଛନ୍ତି । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।