ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ

ନାଉଗାଁ,:ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ପଂଚାୟତ ଧୂଆଁପଦା ଗ୍ରାମର ଚୁନିଲତା ଦଳାଇଙ୍କୁ ଶୁକ୍ରବାର ଏକ ବିଷଧର ସାପ କାମୁଡାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଚୁନିଲତା ସକାଳ ସମୟରେ ନଡା ଆଣିବା ପାଇଁ ଘର ପଛପଟ ବାଡିକୁ ଯାଇଥିଲେ । ବାଡିରେ ନଡା ଆଣୁଥିବା ବେଳେ ସେଠାରେ ତାଙ୍କୁ ଏକ ସାପ କାମୁଡି ଥିଲା । ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଯାଇଥିବା ବେଳେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ