ସାବିତ୍ରୀ ସେଠୀ ହେବେ ବ୍ଲକ ଅଧ୍ୟକ୍ଷା
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକର ଅଧ୍ୟକ୍ଷା ପଦ ସମ୍ଭାଳିବେ ବିଜେଡି ନେତ୍ରୀ ସାବିତ୍ରୀ ସେଠୀ । ଏନେଇ ଦଳ ପକ୍ଷରୁ ଏକ ପ୍ରକାର ଚୁଡାନ୍ତ ନିଷ୍ପତି ହୋଇ ସାରିଛି । ବିଜେଡି ପାଖରେ ଏବେ ୨୦ରୁ ଉର୍ଦ୍ଧ ସମିତିସଭ୍ୟ ସଭ୍ୟା ଏକଯୁଟ ହୋଇ ଅଜ୍ଞାତବାସରେ ରହିବାପରେ ଶ୍ରୀମତୀ ସେଠୀଙ୍କୁ ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଯିବା ଏକପ୍ରକାର ନିଶ୍ଚିତ ବୋଲି ଅନୁମାନ କରାଯାଉଛି । ସାବିତ୍ରୀ ସେଠୀ ଚଳିତ ନିର୍ବାଚନରେ ଇଞ୍ଚୋଳ ପଞ୍ଚାୟତରୁ ସମିତିସଭ୍ୟା ଭାବେ ବିଜୟ ହାସଲ କରି ଆସିଥିବାବେଳେ ପୁର୍ବରୁ ମଧ୍ୟ ସେ ବ୍ଲକ ଅଧ୍ୟକ୍ଷା ଓ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।