ସାମାଜିକ ଅନୁଷ୍ଠାନ ‘ବିଏଡିସି’ ପକ୍ଷରୁ ଶିଶୁ ଅଧିକାର ସୁରକ୍ଷା ସଚେତନତା

ବାଲେଶ୍ୱର, (ସରୋଜ ପଣ୍ଡା):ବଲେଶ୍ୱର ଜିଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ବସ୍ତି ଏରିଆ ଡେଭେଲୋପମେଣ୍ଟ କାଉନସିଲ୍‍ (ବିଏଡିସି) ପକ୍ଷରୁ ଶିଶୁ ଅଧିକାର ସୁରକ୍ଷା ଓ ନ୍ୟାୟ ପ୍ରଦାନ ଭିତ୍ତିକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁମାନଙ୍କ ଅଧିକାର ଓ ନ୍ୟାୟ ପ୍ରଦାନ ଆଇନ କାର୍ଯ୍ୟକାରିତା, ବାଲେଶ୍ୱରକୁ ଶିଶୁ ଶ୍ରମିକ ମୁକ୍ତ ଜିଲା ଭାବେ ପ୍ରତିଷ୍ଠା ଉଦ୍ୟମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ଶିଶୁ ଚାଲାଣ ଓ ଅପହରଣ, ଶିଶୁ ଯୌନ ନିର୍ଯାତନା, ବାଲ୍ୟ ବିବହ ରୋକିବା ଦିଗରେ ସବୁ ମହଲରୁ ପ୍ରୟାସ ପାଇଁ ‘ବିଏଡିସି’ କର୍ମକର୍ତ୍ତାମାନେ ପରାମର୍ଶ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ରାମଞ୍ଚଳରେ ପିତାମାତା, ମହିଳା ଗୋଷ୍ଠୀ, ଯୁବକ-ଯୁବତୀ ଓ ଛାତ-ଛାତ୍ରୀମାନେ ଯୋଗ ଦେଇଥିଲେ । ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀମାନେ ଯୋଗ ଦେଇ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯାତନାର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି ପାଇଁ ପ୍ରାଚୀର ପତ୍ର, ସୂଚନା ପତ୍ର ବଣ୍ଟନ କରାଯିବା ସହିତ ସମସ୍ତ ନିଜ ନିଜ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ନିଶ୍ଚିତ କରାଇବା ନିମନ୍ତେ ଉପସ୍ଥିତ ମହିଳାମାନେ ଶପଥପାଠ କରିଥିଲେ । ଏହିଭଳି କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ନିଶ୍ଚିତ ସଚେତନ କରିପାରୁଛଇ ବୋଲି ଅନୁଷ୍ଠାନର ସଂପାଦକ ଗୋପାଳ କୃଷ୍ଣ କର ଆଶା ପ୍ରକାଶ କରିଛନ୍ତି ।
ତ୍ରୁଟିପୂର୍ଣ୍ଣ ରେଳ ପରିଚାଳନାର ପ୍ରତିବାଦ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ