ସାମ୍ସଙ୍ଗ ଆଣିଛି ଭାରତକୁ ବିଶ୍ୱର ପ୍ରଥମ କ୍ୟୁଏଲ୍ଇଡି ୮କେ ଟିଭି

ସୁନ୍ଦର ଗୃହରେ ଏହି ଅଲ୍ଟ୍ରା ପ୍ରିମିୟମ ଟିଭି ନିଶ୍ଚିତ ଭାବରେ ରହିବା ଆବଶ୍ୟକ କ୍ୟୁଏଲ୍ଇଡି ୮କେ ଟିଭି ରେ ରହିଛି ୪କେ ୟୁଏଚ୍ଡି ଟିଭି ତୁଳନାରେ ୪ ଗୁଣା ରିଜୋଲ୍ୟୁସନ ଓ ଫୁଲ୍ ଏଚ୍ଡି ଟିଭି ତୁଳନାରେ ୧୬ ଗୁଣା ରିଜୋଲ୍ୟୁସନ ଓ ଉଦ୍ୟୋଗର ପ୍ରଥମ ବୈଶିଷ୍ଟ୍ୟ ଯଥା – ୮କେ ଏଆଇ ଅପ୍ସ୍କେଲିଂ ଓ ୮କେ କ୍ୱାଂଟମ୍ ପ୍ରୋସେସର ସାମ୍ସଙ୍ଗ ଭାରତର ସବୁଠାରୁ ବୃହତ୍ ଓ ସବୁଠାରୁ ବିଶ୍ୱସନୀୟ ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ ଆଜି ବିଶ୍ୱର ପ୍ରଥମ କ୍ୟୁଏଲ୍ଇଡି ୯କେ ଟିଭିକୁ ଭାରତରେ ଶୁଭାରମ୍ଭ କରିଛି ତଥା ଟିଭି ଟେକ୍ନୋଲୋଜିରେ ଓ ଡିଜାଇନ୍ରେ ଏକ ନୂତନ ବେଂଚମାର୍କ ସୃଷ୍ଟି କରିଛି ଯାହା ଆପଣଙ୍କର ଜୀବନରେ ଏକ ପରିବର୍ତନ ଆଣିପାରିବ । ଲକ୍ଜୁରି ଗୃହରେ ଏହା ନିଶ୍ଚିତ ରୂପେ ରହିବା ଆବଶ୍ୟକ, ସାମସଙ୍ଗ କ୍ୟୁଏଲ୍ଇଡି ୮କେ ଟିଭିରେ ରହିଛି ବାସ୍ତବିକ ୮କେ ରିଜୋଲ୍ୟୁସନ, ୮କେ ଏଆଇ ଅପ୍ସ୍କେଲିଂ କ୍ୱାଂଟମ୍ ପ୍ରୋସେସର ୮କେ ଓ କ୍ୱାଂଟମ୍ ଏଚ୍ଡିଆର – ଯାହା ଏକ ମଜାଦାର ୮କେ ଅନୁଭୂତି ପ୍ରଦାନ କରିଥାଏ । ସାମ୍ସଙ୍ଗ କ୍ୟୁଏଲ୍ଇଡି ୮କେ ଟିଭି ଯାହା ଚାରିଟି ଆକାରରେ ଉପଲବ୍ଧ ଅଟେ – ୯୮ ଇଂଚ (୨୪୭ ସେମି), ୮୨ ଇଂଚ (୨୦୭ ସେମି), ୭୫ ଇଂଚ (୧୮୯ ସେମି) ଓ ୬୫ ଇଂଚ( ୧୬୩ ସେମି) – ଏଥିରେ ରହିଛି ୩୩ ମିଲିୟନ ପିକ୍ସେଲ୍, ୪କେ ୟୁଏଚ୍ଡି ଟିଭି ତୁଳନାରେ ୪ ଗୁଣା ରିଜୋଲ୍ୟୁସନ ଓ ଫୁଲ୍ ଏଚ୍ଡି ଟିଭି ତୁଳନାରେ ୧୬ ଗୁଣା ରିଜୋଲ୍ୟୁସନ ଯାହା ଗ୍ରାହକମାନଙ୍କୁ ଏକ ମଜାଦାର ଅନୁଭୂତି ପ୍ରଦାନ କରିଥାଏ । ଏହି ୩୩ ମିଲିୟନ ପିକ୍ସେଲ୍ ଉକ୍ରୃଷ୍ଟ ରିଜୋଲ୍ୟୁସନ ଓ ଜୀବନ୍ତ ପିକ୍ଚର ମାନ ପ୍ରଦାନ କରିଥାଏ ।
ସାମ୍ସଙ୍ଗର ପ୍ରୋପ୍ରାଇଟାରି ୮କେ ଏଆଇ ଅପ୍ସ୍କେଲିଂ ଟେକ୍ନୋଲୋଜି ମେସିନ୍ ଲର୍ଣ୍ଣିଂ ଉପରେ ଆଧାରିତ ଓ ଏହାର ଶବ୍ଦର ମାନ ୮କେ ରହିଛି । ୟୁଜର ଟିଭିକୁ ଯେଉଁଥିରେ ଦେଖନ୍ତୁ ନା କାହିଁକି ତାହା ଷ୍ଟ୍ରିମିଂ ଡିଭାଇସ୍ ହେଉ, ସେଟ୍ଅପ୍ ବକ୍ସ, ଏଚ୍ଡିଏମ୍ଆଇ, ୟୁଏସ୍ବି ବା ଏପରିକି ମୋବାଇଲ୍ ମିରରିଂ ହେଉ, ଏହାକୁ କ୍ୱାଂଟମ ପ୍ରୋସେସର ଚିହ୍ନଟ କରିଥାଏ ଓ ଏହାକୁ ୮କେ କ୍ୱାଲିଟିରେ ଉପସ୍ଥାପିତ କରିଥାଏ ।
ସାମ୍ସଙ୍ଗ କ୍ୟୁଏଲ୍ଇଡି ୮କେ ଏକ ଅଲ୍ଟ୍ରାପ୍ରିମିୟମ ଟିଭି ଅନୁଭୂତି ପ୍ରଦାନ କରିଥାଏ । ଏଥିରେ ରହିଛି ଅତ୍ୟନ୍ତ ଉନ୍ନତ ପିକ୍ଚର କ୍ୱାଲିଟି ଯାହା ଅଧିକାଂଶ ପିକ୍ଚର କ୍ୱାଲିଟିକୁ ସପୋର୍ଟ କରିଥାଏ । ଏଥିରେ ରହିଥିବା ନୂତନତ୍ୱ ଗ୍ରାହକମାନଙ୍କୁ ଏକ ଉକ୍ରୃଷ୍ଟି ଟିଭି ଅନୁଭୂତି ପ୍ରଦାନ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ