ସାଲୁଙ୍କି ଡ୍ୟାମ ରେ ଏନ୍‍.ଡି.ଆର୍‍.ଏଫ୍‍ ପକ୍ଷରୁ ଜନସଚେତନତା ପ୍ରଶିକ୍ଷଣ ଶିବିର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ସିଦିଙ୍ଗୀ ପିଲା ସାଲୁଙ୍କି ଡ଼୍ୟାମ୍‍ ପରିସରରେ ଏନଡ଼ିଆର୍‍ଏଫ୍‍ ପକ୍ଷରୁ ଏକ ଜନ ସଚେତନତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନଡ଼ିଆର୍‍ଏଫ୍‍ ଟିମର ମୁଖ୍ୟ ସୁଜିତ୍‍ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଗଭୀର ଜଳରେ ବୁଡ଼ି ଯାଇଥିବା ସମୟରେ କିଭଳି ଭାବେ ନିଜକୁ ସୁରକ୍ଷିତ ଭାବେ ବଞ୍ଚାଇପାରିବା ଓ ଅନ୍ୟମାନଙ୍କ ଜୀବନ ରକ୍ଷା କରିପାରିବା, ସାପ କାମୁଡ଼ାରେ କିପରି ଭାବେ ପ୍ରାଥମିକ ଚିକିତ୍ସା କରି ମେଡ଼ିକାଲରେ ପହଞ୍ଚାଇ ପାରିବା ଭଳି ବିଭିନ୍ନ ଦିଗରେ କମାଣ୍ଡେ ଇନିସପେକ୍ଟର ବିଶ୍ୱନାଥ ଚୌଧୁରୀ ଜନସାଧାରଣଙ୍କ ସମ୍ମୁଖରେ ନିଜ ଟିମ୍‍ ସଦସ୍ୟମାନଙ୍କ ସହିତ ପ୍ରଦର୍ଶିତ କରି ଦେଖାଇଥିଲେ।ଏହି ଅବସରରେ ସ୍ୱେଚ୍ଛାସେବୀ ସଦାନନ୍ଦ ଦେହୁରୀ ବ୍ୟବହାରିକ ଭାବେ ପରୀକ୍ଷା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଜୁରିପଡ଼ା ବିଡ଼ିଓ ରବିନ୍ଦ୍ର ନାଥ କହଁର, ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର, ତହସିଲ୍‍ଦାର ସ୍ୱପ୍ନିତା ନାୟକ, ଡ଼ିଏସ୍‍ପି ଏ.କେରେକେଟାଙ୍କ ସମେତ ଖଜୁରିପଡ଼ା ଥାନାର ପୋଲିସ୍‍ ବାହୀନୀ ଓ ଦମକଳ ବାହିନୀ ଏଥିରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଅଜୟ କୁମାର ମଲିକ, ଧନଞ୍ଜୟ ମଲିକ, ଭାନୁପ୍ରିୟା ଜାନୀ ଓ ସମିତିସଭ୍ୟ ସରୋଜ କୁମାର ସାହାଣୀ, ନାଏବ ସରପଞ୍ଚ ଗୀତାଞ୍ଜଳୀ ନାୟକ ପ୍ରମୁଖଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚକ୍ରଧର ମହାରଣା, ସୁନିଲ୍‍ ବେହେରା, ଅମିୟ ମହାନ୍ତି, ଜିପିଓ ସୋନମ୍‍ ବେହେରା, ସିଡ଼ିପିଓ ଗୀତାଞ୍ଜଳୀ ପଣ୍ଡା, ରାଜସ୍ୱ ନିରୀକ୍ଷକ ସିନିଲ୍‍ ଦିଗାଲ, ଅମିୟ ଭୂଷଣ ରାମ, ଏସ୍‍ଆଇ ସୁନିଲ୍‍ କୁମାର ବେହେରାଙ୍କ ସମେତ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହି ତାଲିମ୍‍ ନେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟିମ୍‍ ହ୍ୟୁମାନିଟି କନ୍ଧମାଳର ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମରେ ଏନଡ଼ିଆର୍‍ଏଫ୍‍ ଟିମକୁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ