ସାହସିକତା ପାଇଁ ବିଡିଓଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ୨ଜଣ ଯୁବକ ମୃତ୍ୟୁ ମୁଖରୁ ଶୁକ୍ରବାର ବଂଚାଇଥିଲେ । ବଂଚାଇଥିବା ଯୁବକ ୨ଜଣଙ୍କୁ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକ ଅନ୍ୟର ଜୀବନ ବଂଚାଇଥିବାରୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଯୁବକ ୨ଜଣ ହେଲେ ରୋହିଆ ଗ୍ରାମର କପିଳେନ୍ଦ୍ର ରାଉତ ଓ ଲିପୁନା ଜେନା । ପ୍ରକାଶଯୋଗ୍ୟ ଏହି ବ୍ଲକର ବଛାଳୋ ଗ୍ରାମର ଉମାକାନ୍ତ ନାୟକ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିବାକୁ ଏକ ଗଛରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ କପିଳେନ୍ଦ୍ର ଓ ଲିପୁନା ସେଠାରେ ପହଁଚି ଗଛରେ ଚଢି ତାକୁ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଁଚି ତାକୁ ତଳକୁ ଆଣି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ।


