ସାହାସପୁରରେ ଜୟ କିଷାନ ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ସାହାସପୁର ଗ୍ରାମର ନାରାୟଣ ଫର୍ଟିଲାଇଜର ପରିସରରେ ପାରାଦୀପ ଫସଫେଟ ଲିମିଟେଡ ପକ୍ଷରୁ ଜୟ କିଷାନ ଦିବସ ପାଳିତ ହୋଇଯାଇଛି । ଏଥିରେ ଏକଶହରୁ ଉର୍ଦ୍ଧ୍ୱ ଚାଷୀମାନେ ଯୋଗଦେଇଥିଲେ । ପାରାଦୀପ ଫସଫେଟ ପକ୍ଷରୁ ପରିଚାଳକ ପ୍ରଦିପ କୁମାର ମହାନ୍ତି, ସହକାରୀ ପରିଚାଳକ ଶୁଭମ କୁମାର ପଣ୍ଡା, କ୍ଷେତ୍ର ବିଜ୍ଞାନୀ ନିର୍ମଳ କୁମାର ନାୟକ, ମନୋରଞ୍ଜନ ରାଉତ, ଅମିତ କୁମାର ପରିଡା ପ୍ରମୁଖ ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କୁ ଫସଲରେ ସାରର ପ୍ରୟୋଗ ସମ୍ପର୍କରେ ବୁଝାଇଥିଲେ । ଏଥିସହିତ ଚାଷୀମାନଙ୍କୁ ଜୈବିକ ସାର ବାବଦରେ ଉନ୍ନତମାନର ଜ୍ଞାନ କୈାଶଳ ପ୍ରୟୋଗ ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ ୪ଜଣ ସଫଳ ଚାଷୀ ରବୀନ୍ଦ୍ର ନାଥ ପଣ୍ଡା, ପରିକ୍ଷୀତ ବିଶ୍ୱାଳ, ସରୋଜକାନ୍ତ ସାହୁ, ଅଭିରାମ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।