ଓଷ୍ଟା ପକ୍ଷରୁ ଷଡବିଂଶତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ(ଓଷ୍ଟା) ପକ୍ଷରୁ ଷଡବିଂଶତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ -୨୦୨୨ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇସ୍ଥିତ ମଧୁସାଗର ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଓଷ୍ଟାର ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାକାଳପଡା ଓ ମାର୍ଶାଘାଇ ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରା, ମୁଖ୍ୟବକ୍ତା ଭାବେ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଅତୁଲ କୁମାର ବଳ, ସମ୍ମାନୀତ ଅତିଥି ଭାବେ ମଧୁସାଗର ବିଦ୍ୟାପୀଠ ମୋ ସ୍କୁଲ କମିଟି ସଭାପତି ଭ୍ରମରବର ରାଉତ, କୁହୁଡି ପଞ୍ଚାୟତର ସରପଞ୍ଚ ପ୍ରଭାତରଞ୍ଜନ ଦାସ ଓ ସମ୍ମାନୀତ ବକ୍ତା ଭାବେ ପ୍ରାକ୍ତନ ଓଷ୍ଟା ଜିଲ୍ଲା ସମ୍ପାଦକ ତପନ କୁମାର ସିଂହ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବକୁ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଉଦଘାଟନ କରିଥିଲେ । ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଓଷ୍ଟାର ଜିଲ୍ଲା ଯୁଗ୍ମ ସମ୍ପାଦକ ପ୍ରସନ୍ନ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମାର୍ଶାଘାଇ ବ୍ଲକ ଓଷ୍ଟା ସଭାପତି ତଥା ଅଭ୍ୟର୍ଥନା କମିଟି ଉପସଭାପତି ସୁଧିରଞ୍ଜନ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଓଷ୍ଟା ଜିଲ୍ଲା କାର୍ଯ୍ୟକାରିଣୀର ଅବସରପ୍ରାପ୍ତ ସଭାପତି, ସମ୍ପାଦକ, ସଦସ୍ୟଗଣ ଓ ଅବସରପ୍ରାପ୍ତ ୮ଜଣ ଶିକ୍ଷକଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରଣବ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଅପରାହ୍ନରେ ସଙ୍ଘର ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଷ୍ଟାର ପ୍ରାକ୍ତନ ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ମୁଖ୍ୟବକ୍ତା ଓଷ୍ଟାର ପ୍ରାକ୍ତନ କୋଷାଧ୍ୟକ୍ଷ ପ୍ରେମାନନ୍ଦ ଜେନା, ସମ୍ମାନୀତ ଅତିଥି ମାର୍ଶାଘାଇ ପଞ୍ଚାୟତ ସମିତି ସଭ୍ୟା ଗୈାରୀ ମହାରଣା, ଜିଲ୍ଲା ପରିଷଦ ସଦସ୍ୟା ଦୁର୍ଗାବତୀ ପ୍ରଧାନ, ସମ୍ମାନୀତ ବକ୍ତା ଭାବେ ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ଓଷ୍ଟା ମୁଖପତ୍ର ‘ଶିକ୍ଷା ପ୍ରଦୀପ’ର ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ଓ ପ୍ରାକ୍ତନ ସମ୍ପାଦକ କାଳୀ ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିବା ସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଦୁତିଆଳ ଆଦର୍ଶ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରତାପ କୁମାର ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଷ୍ଟାର ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ ସ୍ୱାଗତ ଭାଷଣ, ସମ୍ପାଦକ ନିର୍ମଳ କୁମାର ନାୟକ ସମ୍ପାଦକଙ୍କ ଉଦଯାପନୀ ବାର୍ତ୍ତା, ଜିଲ୍ଲା ଯୁଗ୍ମ ସମ୍ପାଦକ ଟିଟିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବ ପରିଚାଳନାରେ ସରୋଜିନୀ ସ୍ୱାଇଁ, ଅନ୍ନପୂର୍ଣ୍ଣା ସାହୁ, ଭଗବାନ ସାହୁ, ଅଲେଖ ଚନ୍ଦ୍ର ମହାନ୍ତି, ରମେଶ ଚନ୍ଦ୍ର ସାହୁ, ଅରବିନ୍ଦ ନାୟକ, ଅଶୋକ କୁମାର ପରିଡା, ଅଶୋକ କୁମାର ମହାପାତ୍ରଙ୍କ ସମେତ ଓଷ୍ଟାର ସମସ୍ତ ବ୍ଲକ ଓ ଜିଲ୍ଲା ନେତୃତ୍ୱ, ବିଦ୍ୟାପୀଠର ଗିତାଞ୍ଜଳୀ ସାମଲ, ମାଧବୀକା ସାହୁ, ଯଦୁମଣୀ ପରିଡା, ମାଧୁରୀ ଭଦ୍ର, ସ୍ୱର୍ଣ୍ଣମିତ୍ରା ଦ୍ୱିବେଦୀ, ସୁନିତା ମହାନ୍ତି, ମରୁତ ସାମଲ, ହରେକୃଷ୍ଣ ଜେନା, ସଂଗ୍ରାମ କେଶରୀ ପରିଡା, ବୈଷ୍ଣବ ଚରଣ ଖଣ୍ଡୁଆଳ ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବରେ ବ୍ଲକ ଚମ୍ପିୟନ ହୋଇଥିବା କୃତୀ ପ୍ରତିଯୋଗୀ, ସେହି ବ୍ଲକର ସମ୍ପାଦକଙ୍କୁ ମହାକାଳପଡା ବିକାଶ ମଞ୍ଚ ସଭାପତି ତଥା ପରିବେଶବିତ କାଶୀନାଥ ରାଉତରାୟ ୧୦୦୧ଟଙ୍କା, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ