ସାହିତ୍ୟ ସଂସଦ ପକ୍ଷରୁ ବନ୍ଧୁ ମିଳନ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପକ୍ଷରୁ ବୁଗୁଡା ବ୍ଳକ୍ ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମର ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ନବବର୍ଷର ବନ୍ଧୁମିଳନ ବରିଷ୍ଠ ସାହିତ୍ୟିକ ଡ.ବିଜୟ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ପଟ୍ଟନାୟକ, ଆନନ୍ଦାନନ୍ଦ ମହାରାଜ,ପଦ୍ମଚରଣ ପ୍ରଧାନ ଓ ପିପୁଲସ କଲେଜର ଅଧ୍ୟାପକ ରବୀନ୍ଦ୍ରନାଥ ପୋଲାଇ ଯୋଗଦେଇଥିଲେ । ପ୍ରଥମେ ସଂଗଠନର ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ବାଗତ ଭାଷଣ ଦେବା ପରେ ତାଙ୍କର ପିତା ମଦନମୋହନ ପଣ୍ଡା ଓ ମାତା ଲାବଣ୍ୟବତୀ ପଣ୍ଡାଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ବନ୍ଧୁମିଳନକାର୍ଯ୍ୟକ୍ରମରେ ସନ୍ତୋଷ କୁମାର ପଣ୍ଡା, ରୋହିତ କୁମାର ପ୍ରଧାନ, ସୁବ୍ରତ କୁମାର ବେହେରା, ଦିଗାମ୍ବର ମହାରଣା, ବବୃବାହନ ସ୍ବାଇଁ, ଶିଶିର କୁମାର ଦାଶ, ସରୋଜ କୁମାର ପଣ୍ଡା, ଶ୍ରୀଧରମିଶ୍ର, ବସନ୍ତ କୁମାର ବିଷୋୟୀ ପ୍ରମୁଖ ବହୁ ବୁଦ୍ଧିଜୀବୀ,ସାହିତ୍ୟିକ ଓ ସାମ୍ବାଦିକ ଯୋଗଦେଇ ଠାକୁରଙ୍କ ପହିଲି ଭୋଗ ପ୍ରସାଦ ସେବନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ