ସିଂହଗାଁ ପଂଚାୟତରେ ବୃକ୍ଷରୋପଣ କରି ମଜୁରୀ ନମିଳିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସିଂହଗାଁ ପଂଚାୟତର ବୃକ୍ଷରୋପଣ କରି ମଜୁରୀ ନପାଇବା ପ୍ରତିବାଦରେ ବଡସାନରାଉଲିଆଡିଆ ଗ୍ରାମର ଜବକାର୍ଡଧାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ସିଂହଗାଁ ପଂଚାୟତର ରାସ୍ତା ପାଶ୍ୱର୍ରେ ମନରେଗାରେ ବୃକ୍ଷରୋପଣ କାର୍ଯ୍ୟ କରିବା ପରେ ଦୀର୍ଘଦିନ ଧରି ମଜୁରୀ ନପାଇବାରୁ ଏହି କାର୍ଯ୍ୟ କରିବା ପାଇଁ କହିଥିବା ଏପିଓ ଏବଂ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଜଣାଇବା ପରେ କୈାଣସି ପଦକ୍ଷେପ ନନେବାରୁ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ଗାଁ ସାଥି ତିଳୋତମା ସାମଲଙ୍କ ନେତୃତ୍ୱରେ ଜବକାର୍ଡଧାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ ବାଧ୍ୟ ହୋଇଥିବା କହିଛନ୍ତି । ଉମାରାଣୀ ସାମଲ, ପଂଚାନନ ସାମଲ, ନିରଞ୍ଜନ ସାମଲ, ସତ୍ୟଭାମା ସାମଲ, ବାସନ୍ତୀ ସାମଲ, ଅଜୟ ସାମଲ ପ୍ରମୁଖ ଅନଶନରେ ବସିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ