ସିଟି କଲେଜରେ ଦୁଇଦିନିଆ ରାଷ୍ଟ୍ରୀୟ ପାଠଚକ୍ର ଉଦଯାପିତ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):”ନୂତନ ଶିକ୍ଷା ନୀତି-ସମାଜ ରୂପାନ୍ତରୀକରଣ ପାଇଁ ପଥ ପ୍ରଦର୍ଶିକା” ଶୀର୍ଷକ ଦୁଇଦିନିଆ ରାଷ୍ଟ୍ରୀୟ ପାଠଚକ୍ର ଆଜି ଉଦଯାପିତ ହୋଇ ଯାଇଛି l ପାଠଚକ୍ର ର ଦ୍ଵିତୀୟ ଦିବସ ରେ ପ୍ରଫେସର ଲୋକନାଥ ମିଶ୍ର ସଭାପତିତ୍ଵ କରିଥିବା ବେଳେ ପ୍ର ମନୋଜ କୁମାର ନାୟକ ସହ ସଭାପତିତ୍ୱ କରିଥିଲେ ଏବଂ ଅବସରପ୍ରାପ୍ତ ପ୍ରଫେସର ବିଜୟ କୁମାର ମହାନ୍ତି ନିଜର ଭିତ୍ତି ପ୍ରସ୍ତାବ ଉପସ୍ଥାପନା କରିଥିଲେ l ବୈଷୟିକ ଅଧିବେଶନ ରେ ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ମିଜୋରାମ ରୁ ବିଶେଷଜ୍ଞ ମାନେ ଯୋଗ ଦେଇ ନୂତନ ଶିକ୍ଷା ନୀତି (NEP)-୨୦୨୦ ର ଲକ୍ଷ୍ୟ, ସୁଯୋଗ, ସମସ୍ୟା ଓ ଏହାର ନିରାକରଣ ବିଷୟ ରେ ନିଜର ମୌଳିକ ଗବେଷଣା ଓ ମତ ପ୍ରସ୍ତୁତ କରିଥିଲେ l ଚର୍ଚ୍ଚା ରେ ବିଭିନ୍ନ ମହାବିଦ୍ୟାଳୟ ଏବଂ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟାପିକା ଏବଂ ଅଧ୍ୟାପକ ମାନେ ଯୋଗଦେଇ ନୂତନ ଶିକ୍ଷା ନୀତି ର ସଫଳ ରୂପାୟନ ଦିଗରେ ବିଭିନ୍ନ ବର୍ଗ ର ଭାଗିଦାରୀ ଉପରେ ଚର୍ଚ୍ଚା କରିଥିଲେ lବ୍ରହ୍ମପୁର ସିଟି କଲେଜ ଏବଂ ନିଷ୍ଟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପାଠଚକ୍ର ର ସମାବର୍ତ୍ତନ ଉତ୍ସବ ରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼ ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଡ଼ ସୁଶାନ୍ତ ଦାଶ (ଆଞ୍ଚଳିକ ସହ-ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ) ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ l ସିଟି କଲେଜର ଅଧ୍ୟକ୍ଷା ଡ. ଅନୀତା କୁମାରୀ ପଣ୍ଡା ଙ୍କ ଅଧ୍ୟକ୍ଷତା ଓ ନିଷ୍ଟ (ସ୍ବୟଂଶାସିତ) କଲେଜ ର ପ୍ରିନସିପାଲ ଡ. ବିଷ୍ଣୁକର ନାୟକ ସହ-ପୃଷ୍ଠପୋଷକତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମ କୁ ସିଟି ମହାବିଦ୍ୟାଳୟର ଅନ୍ତଃ ଗୁଣବତ୍ତା ନିଶ୍ଚିତତା ସଂଯୋଜକ ତଥା ପାଠଚକ୍ରର ଆବାହକ ଡ. ଅଜୟ କୁମାର ପେଣ୍ଠୋଇ ପରିଚାଳନା କରିଥିବା ବେଳେ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ପାର୍ଥବୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେl ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଅଧ୍ୟାପକ ଓ ଅଧ୍ୟାପିକାମାନେ ସକ୍ରିୟ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ