ସିଲ୍କସିଟିଏମଜି ୱାକର କ୍ଲବର ସାଧାରଣ ପରିଷଦ ବୈଠକ
ବ୍ରହ୍ମପୁର,(ସୁଦିପ କୁମାର ସାହୁ): ସିଲ୍କ ସିଟି ଏମ୍.ଜି.ଏଫ୍. ୱାକର୍ସ କ୍ଲବ୍ ର ୯ମ ଜେନେରାଲ୍ ବଡି ମିଟିଂ ହୋଟେଲ କାମାଠ ପାର୍କ ଷ୍ଟ୍ରିଟ୍ ରେ ସଭାନେତ୍ରୀ ଯାଜ୍ଞସେନୀ ଦେବୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି। ସଭାନେତ୍ରୀ ଦେବୀ କ୍ଲବ୍ ର ସମସ୍ତ ମେମ୍ବର୍ସ ଓ ଗେଷ୍ଟ ଙ୍କ ସହିତ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଡା. ସମୀର କୁମାର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ।ଡା. କିରଣ କୁମାର ପାଣିଗ୍ରାହୀ ଏଠାରେ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ସେକ୍ରେଟାରୀ ଉଷା ରାଣୀ ସେକ୍ରେଟାରୀ ରିପୋର୍ଟ ପାଠ କରିଥିଲେ।ଡା. ଇ. ପଦ୍ମନାଭ ରାଓ ସାର୍, ଡା. ଜୟନ୍ତୀ ରାଓ , ସୀମାଞ୍ଚଳ ପାଣିଗ୍ରାହୀ , ପୁଣ୍ଡରୀକାକ୍ଷ , ବୁଚି ବାବୁ ଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । କ୍ଲବ୍ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଏଠାରେ ଆଲୋଚନା ହୋଇଥିଲା l ମହେଶ୍ୱର ପୃଷ୍ଟି, ପ୍ରସନ୍ନ ପୃଷ୍ଟି, ଭାଇସ୍ ପ୍ରେସିଡେଣ୍ଟ କେଶବ ରାଓ , ବାଣୀଶ୍ରୀ, ଗୌରୀ ଶଙ୍କର ନାୟକ ରାମା ରାଓ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଶେଷରେ ଜେ. ରାମଚନ୍ଦ୍ର ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।ପି. ଗୀତା, ଏଲ୍. ଅନୁରାଧା, ସୂର୍ଯ୍ୟନାରାୟଣ, ଚିନାରୀ, ମହେଶ୍ୱରୀ ପୃଷ୍ଟି , ନାଗେଶ୍ୱର ପୃଷ୍ଟି , ପ୍ରସନ୍ନ ପୃଷ୍ଟି , ସରୋଜ ଗୁପ୍ତା, ରୀନା ଗୁପ୍ତା, ଗୌରୀ ଶଙ୍କର ନାୟକ, ସଂଯୁକ୍ତା ପୃଷ୍ଟି, ଚେଞ୍ଚୁ ଲକ୍ଷ୍ମୀଙ୍କ ସହ ମେମ୍ବର୍ସ ଯୋଗ ଦେଇଥିଲେ ।


