ସିସିଡି ଅନୁଷ୍ଠାନ ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନିଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶା ସରକାରଙ୍କ ପଞ୍ଚାୟତି-ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସହାୟତା’ରେ ”ସିସିଡି” ଅନୁଷ୍ଠାନ ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ସିସିଡି କାର୍ଯ୍ୟାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଚାଲିଥିବା ତିନିଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି ।ଏହି ପ୍ରଶିକ୍ଷଣ ଶିବିର ’ରେ ଗୁମ୍ମା ବ୍ଲକର ଗୁମ୍ମା , ସେରଙ୍ଗ , ଭୁବନି ଓ ତୁମୁଳ ପଞ୍ଚାୟତର ୨୮ ଜଣ ୱାର୍ଡ ସଭ୍ୟସଭ୍ୟା ଯୋଗ ଦେଇଥିଲେ ।ଏହି ପ୍ରଶିକ୍ଷଣ ଶିବିରକୁ ଓଡିଶା ସରକାରଙ୍କ ପଞ୍ଚାୟତି ରାଜ ବିଭାଗ ଦ୍ୱାରା ମନୋନୀତ ଶ୍ରୀ ଦେଵୀ ମିଶାଲ ଏବଂ ଶ୍ରୀ ବିଜୟ କୁମାର ମହାପାତ୍ର ପ୍ରମୁଖ ମୁଖ୍ୟ ସମ୍ବଳବ୍ୟକ୍ତି ଭାବେ ଯୋଗଦେଇ ଏହି ତିନିଦିନିଆ ପ୍ରଶିକ୍ଷଣ ଶିବରକୁ ପରିଚାଳନା କରିଥିଲେ ।ଉଦଘାଟନୀ ଉତ୍ସବରେ ସିସିଡିର ସଂପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ଉପସ୍ଥିତ ରହି ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କୁ ସେମାନଙ୍କ’ର ଦାୟୀତ୍ୱ , କର୍ତ୍ତବ୍ୟ ଏବଂ ପଞ୍ଚାୟତରେ ମୂଖ୍ୟତଃ ମହିଳା ସଭ୍ୟାଙ୍କର ଭୂମିକା ଉପରେ ସଚେତନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ’ର ମୁଖ୍ୟ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଦେବେନ୍ଦ୍ର ନାଥ କର ଯୋଗଦେଇ ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କୁ ଉତ୍ସାହିତ କରିବା ସହ ଉପାଦେୟ ପରାମର୍ଶ ଦେଇଥିଲେ ।ସମ୍ବଳ ବ୍ୟକ୍ତିଗଣ ଉପସ୍ଥିତ ସଭ୍ୟସଭ୍ୟା’ଙ୍କୁ ବିଭିନ୍ନ ପାୱାର ପଏଣ୍ଟ ମାଧ୍ୟମ’ରେ ସରକାରଙ୍କ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ଏବଂ ପଞ୍ଚାୟତ ତଥା ନିଜ ନିଜ’ର ୱାର୍ଡର ଉନ୍ନତି କରିବା ପାଇଁ ସଚେତନ କରିଥିଲେ ।ତୃତୀୟ ଦିନ ’ର ଶିବିର କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କୁ କ୍ଷେତ୍ର ଭ୍ରମଣରେ ମୁନିସିଂ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମକୁ ପରିଦର୍ଶନ କରାଇବା ପରେ ପ୍ରମାଣ ପତ୍ର ସହ ସମସ୍ତଙ୍କର ମିଳିତ ଫୋଟ ସିସିଡି ସଂପାଦକ , ସମ୍ୱଳବ୍ୟକ୍ତି ଓ ଶ୍ରୀ ଦେବେନ୍ଦ୍ର ନାଥ କରଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା ।ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିରକୁ ସିସିଡି ଅନୁଷ୍ଠାନର କର୍ମଚାରୀ ମାନେ ପରିଚାଳନା ଓ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ