ସୁଡ୍ରୁକୁମ୍ପା ସରପଂଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାବି
କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ସରପଂଚଙ୍କ ମନମୁଖୀ କାର୍ଯ୍ୟକଳାପ ତଥା ଦୁର୍ନୀତି ପାଇଁ ଆଜି ଅଭିଯୋଗ କରି ଉକ୍ତ ପଂଚାୟତର ନାଏବ ସରପଂଚଙ୍କ ସମେତ ୧୫ ଜଣ ୱାର୍ଡ ସଭ୍ୟ,ସଭ୍ୟା ସରପଂଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାବି କରିଛନ୍ତି।ଏନେଇ ଆଜି ଉପଜିଲ୍ଲାପାଳଙ୍କ ଠାରେ ଏକ ଲିଖିତ ଦାବି କରାଯାଇଛି।ଏଥିରେ ଅଭିଯୋଗ କରାଯାଇଛି ଯେ ସରପଂଚ କୌଣସି ୱାର୍ଡ ସଭ୍ୟ, ସଭ୍ୟାମାନଙ୍କ ମତାମତ ନନେଇ ପଂଚାୟତକୁ ଆସୁଥିବା ଆର୍ଥିକ ଅନୁଦାନ ଖର୍ଚ କରିବା ସହ ଅର୍ଥ ଆତ୍ମସାତ କରୁଛନ୍ତି । ଏନେଇ ବହୁ ବାର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯାଇଛି । ଏପରିକି ସମୁହ ଇସ୍ତଫା ପ୍ରଦାନ ମଧ୍ୟ କରାଯାଇଛି ଯାହାକୁ ଗ୍ରହଣ କରାଯାଇ ନାହିଁ । ତେଣୁ ତୁରନ୍ତ ସରପଂଚଙ୍କ ବିରୋଧରେ ଆନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି କରାଯାଇଛି । ନାଏବ ସରପଂଚ ଦଣ୍ଡପାଣି ବେହେରାଙ୍କ ନେତୃତ୍ୱରେ ସଂପ୍ରଦା ବେହେରା, ସଚିଦାନନ୍ଦ,ରାଜେନ୍ଦ୍ର ସାହୁ, ତୃପ୍ତିଲତା ଯାନୀ, ପ୍ରଭାସିନୀ କହଁର, ଅଗସ୍ତି ଘଟାଲ, ଜାନବୀ ବାଘ, ମେନକା ବେହେରା, ବୃନ୍ଦାବନ ମଲିକ, କମଳା ନାୟକ, ଉର୍ବସୀ ଝାଙ୍କର ପ୍ରମୁଖ ୱାର୍ଡ ସଭ୍ୟ, ସଭ୍ୟା ଏହି ଅଭିଯୋଗ କରିଛନ୍ତି ।


