ସୁନ୍ଦରପୁର ଓ ଦୁଆନପଲ୍ଲୀ ଗ୍ରାମରେ ମୋ ଗେଲ୍ଲାଝିଅ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଓ ଦୁଆନପଲ୍ଲୀ ଗ୍ରାମରେ ନବଜାତଶିଶୁ କନ୍ୟାଙ୍କ ବାସଭବନ ଠାରେ ମୋ ଗେଲ୍ଲା ଝିଅ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ଗଗନ କୁମାର ବେହେରା ମୂଖ୍ୟ ଅତି ଥି ରୂପେ ସମିତି ସଭ୍ୟା ସୁଞ୍ଜାନୀ ସେଠୀ ସମ୍ମାନିତ ଅତିଥି ରୂପେ ସୁପରଭାଇଜର ସାଗନିକା, ସାହୁ ଅନ୍ୟତମ ଅତିଥି ଭାବେ ନାଏବ ସରପଞ୍ଚ ଦିପ୍ତିରାଣୀ ବିଷୋୟୀ ଓ ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ/ ସହାୟିକା ମହିଳା ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ରହି ନିର୍ଭୟା କଢ଼ି ମୋ ଗେଲ୍ଲା ଝିଅ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଏବଂ ବାଲ୍ୟ ଵିଵାହ ରୋକିବା ନିମନ୍ତେ ମଧ୍ୟ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଗ୍ରାମ ର ମହିଳା ମାନେ ପରିଚାଳନା ସହଯୋଗ କରିଥିଲେ ।