ସ୍ଵୟଂ ସହାୟିକା ମହିଳା ଙ୍କୁ ଡିଜିଟାଲ ମାର୍କେଟିଂ ଟ୍ରେନିଂ

ରାଇକିଆ, (ପ୍ରଦୀପ ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ସ୍ଵୟଂ ସହାୟିକା ମହିଳା ଙ୍କୁ ଡିଜିଟାଲ ମାର୍କେଟିଂ ଟ୍ରେନିଂ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  ରାଜ୍ୟ ସଂଯୋଜକ ଅମିତ୍ ବେଦୀ ଓ ମାଷ୍ଟର ଟ୍ରେନର୍ ସନ୍ଧ୍ୟା ରାଣୀ ବାଗ ସ୍ଵୟଂ ସହାୟିକା ମହିଳା ଙ୍କୁ ଡିଜିଟାଲ ମାର୍କେଟିଂ ସମ୍ବନ୍ଧ ରେ ତାଲିମ୍ ପ୍ରଦାନ କରିଥିଲେ ।  ସିଡିପିଓ ମିନତି ପାଣିଗ୍ରାହୀ, ମିଶନ ଶକ୍ତି ସଂଯୋଜିକା ମମତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ୍ ର ବିଭିନ୍ନ ପଂଚାୟତ ରୁ ଆସୁଥିବା ମହିଳା ମାନେ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ଅନଲାଇନ୍ କିଣାବିକା ର ଚାହିଦା ବଢୁଥିବା ଏବଂ ଗ୍ରାହକ ଏଥି ପ୍ରତି ଅଧିକା ଆକୃଷ୍ଟ ହେଉଥିବାରୁ ସବୁଠି ଡିଜିଟାଲ ମାର୍କେଟିଂ ର ବ୍ୟବହାର ବଢୁଛି । ଏହାକୁ ଉପଯୋଗ କରି ସ୍ଵୟଂ ସହାୟିକା ମହିଳା ମାନେ ନିଜ ଉତ୍ପାଦ ବଜାର ରେ ଯେପରି ସହଜରେ ପହଞ୍ଚାଇ ପାରିବ ସେ ନେଇ ତାଲିମ୍ ପ୍ରଦାନ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ