ସୁପର ଲିଗର ପ୍ରଥମ ସଂସ୍କରଣ ମ୍ୟାଚ୍ ଆରମ୍ଭ
କେନ୍ଦୁଝର,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବଡବିଲ ଠାରେ ସୁପର୍ ଲିଗ୍ ର ପ୍ରଥମ ସଂସ୍କରଣ ପାଇଁ ମ୍ୟାଚ ଆରମ୍ଭ ହୋଇଛି କ୍ଷ ମ୍ୟାଚର ପ୍ରଥମ ଦିନ ଆରଏସିସି ଓ ୱାଇବିସିସି ରଣା ରେଞ୍ଜର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟ ର ଉଦଘାଟନୀ ଉତ୍ସବରେ ମାଇନିଂ ଏରିଆ କ୍ରିକେଟ ଆସୋସିଏସନ (ମାକା) ର ଚେୟାରମ୍ୟାନ ଲାଲଟୁ ମହାନ୍ତ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ବଳଦେବ ସିଂ, ମକା ପ୍ରେସିଡେଣ୍ଟ ଲଛମନ ମହାନ୍ତ, ଭାଇସ ପ୍ରେସିଡେଣ୍ଟ ବିକାଶ ସାରୋଗୀ, ସମ୍ପାଦକ ସୁନୀଲ ସିହ୍ନା ଓ କୋଷାଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ଅମ୍ପାୟାର ସୁନୀଲ ଗୁପ୍ତା ଓ ଅବତାର ସିଂ ଖେଳ ପରିଚାଳନାରେ କରିଛନ୍ତି । ୱାଇବିସିସି ରଣା ରେଞ୍ଜର ଟୋସ୍ ଜିତି ପ୍ରଥମେ କ୍ଷେତ୍ର୍ ରକ୍ଷଣ କରିବାକୁ ନିର୍ଣ୍ଣୟ ନେଇଥିଲେ ।ଆରଏସିସି ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୬ ୱିକେଟ ହରାଇ ୧୪୬ ରନ୍ କରିବାରେ ସମର୍ଥ ହୋଇଥିଲା କ୍ଷ ୱାଇବିସିସି ରଣା ରେଞ୍ଜର ୧୪୭ ରନ୍ ଲକ୍ଷ ରଖି ୧୫ ଓଭରରେ ୯ ୱିକେଟ ହରାଇ ୧୩୨ ରନ୍ କରିବାରେ ସକ୍ଷମ ହୋଇଥିଲେ । ଆରଏସିସି ୧୪ ରନ୍ ବ୍ୟବଧାନରେ ୱାଇବିସିସି ରଣା ରେଞ୍ଜର କୁ ପରାସ୍ତ କରିଛି । ଆରଏସିସି ର ଅମିତ୍ ଜୁଏଡ ୩୦ ବଲ ରୁ ୯୧ ରନ୍ କରିଥିବାରୁ ମ୍ୟାନ୍ ଅଫ ଦି ମ୍ୟାଚ ଘୋଷାଣ କରାଯାଇଥିଲା ।


