ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ବିଧାନସଭା ଘେରିବ କିନ୍ନର ସଂଘ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା କିନ୍ନର ସଙ୍ଘ ପକ୍ଷରୁ କିନ୍ନରମାନଙ୍କ ବହୁବିଧ ସମସ୍ୟା ନେଇ ଏକ ସାମ୍ବାଦିକ ସମ୍ମିଳନି ସ୍ଥାନୀୟ ଗୋପଛକରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନିରେ କିନ୍ନରମାନଙ୍କ ସୁରକ୍ଷା, ସମ୍ମାନ ଏବଂ ଅଧିକାରକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା ପାଇଁ କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଅନୁଯାଇ କିନ୍ନରମାନଙ୍କୁ ତୁରନ୍ତ ମାନବୀୟ ବ୍ୟବହାର ପ୍ରଦର୍ଶନ ସହିତ ସାଧାରଣ ନାଗରିକଙ୍କ ଭଳି ସମସ୍ତ ମୈାଳିକ ଅଧିକାର ପ୍ରଦାନକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ସୁନିଶ୍ଚିତ କରାନ୍ତୁ । ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଉଭୟ ସରକାର ସେଭଳି କୈାଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । ରାଜ୍ୟ ସରକାର ଅନ୍ତୋଦୟ ଅନ୍ନ ଯୋଜନାରେ ୧୪ହଜାର କିନ୍ନରଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ଆଜି ସମସ୍ତ କିନ୍ନରଙ୍କୁ ସେହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରି ନାହିଁ । ରାଜ୍ୟର ସମସ୍ତ କିନ୍ନରଙ୍କୁ ତୁରନ୍ତୁ ପେନ୍‌ସନ୍ ପ୍ରଦାନ ସହିତ ଜିଲ୍ଲାର ସମସ୍ତ କିିନ୍ନରଙ୍କୁ ଜାଗା ମିଶନ ଜରିଆରେ ଜମି ପଟ୍ଟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଧ୍ୟମରେ ଗୃହ ଯୋଗାଇ ଦେବା, ବିଜୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଏସ୍‌ଆରଏସ୍ ସର୍ଜରୀ ପାଇଁ ବ୍ୟବସ୍ଥା ସହିତ ସମସ୍ତ କିନ୍ନରଙ୍କୁ ବୀମା ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ କିନ୍ନରମାନଙ୍କ ସାମଗ୍ରିକ ବିକାଶ ଏବଂ ସ୍ୱାବଲମ୍ବୀ କରାଯିବା ପାଇଁ ଯଥାଶୀଘ୍ର ରାଜ୍ୟରେ କିନ୍ନର କଲ୍ୟାଣ ବୋର୍ଡ ଗଠନ କରାଯିବା, ୬୦ ପ୍ରତିଶତ କିନ୍ନର ପ୍ରତିନିଧିତ୍ୱ ବ୍ୟବସ୍ଥା କରାଯିବା ଏବଂ ସରକାରୀ ଚାକିରୀ, ଶିକ୍ଷା ଓ ନିର୍ବାଚନରେ କିନ୍ନରମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ପାଇଁ ଦାବି କରାଯାଇଛି । କିନ୍ନରଙ୍କ ସୁରକ୍ଷା ନିମନ୍ତେ ରାଜ୍ୟର ସମସ୍ତ ଥାନାରେ ସହାୟତା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଉ ବୋଲି ଦାବି କରାଯାଇଛି । ଏହି ସମସ୍ତ ପ୍ରସଙ୍ଗରେ ଆସନ୍ତା ୭ ତାରିଖରେ ଭୁବନେଶ୍ୱର ଚାଲର ଡାକରା ଦେଇଛି କିନ୍ନର ମହାସଂଘ । ଏଥିସହିତ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରାଯିବ ବୋଲି କେନ୍ଦ୍ରାପଡା ଜିଲ୍ଲା କିନ୍ନର ସଂଘର ସଭାପତି ଏଲିନା ଦାସ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ କୁମକୁମ ବାରିକ, ବନ୍ଦନା ପତି, ଜାଗୃତି ଭୋଇ, ସାଦନା ମହାନ୍ତି, କେଟି କିନ୍ନର, ରଚନା କିନ୍ନର, ସ୍ନେହା କିନ୍ନର ପ୍ରମୁଖ ଉପସି୍ଥତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ