ସୁରତ ଫେରାନ୍ତଙ୍କ କୋଭିଡ ହସ୍ପିଟାଲରେ ମୃତ୍ୟୁ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ସୁରଟ ଫେରନ୍ତା ଙ୍କ ସ୍ୱାସ୍ଥ୍ୟ ରେ ଅବନତି ଘଟିବାରୁ ପ୍ରଥମେ ଭଂଜନଗର କୋଭିଡ ସେଣ୍ଟେର ଓ ପରେ ବ୍ରହ୍ମପୁର ଶିତଳା ପଲ୍ଲୀ ସ୍ଥିତ କୋଭିଡ ହସପିଟାଲକୁ ସ୍ତାନାନ୍ତର କରାଜାଇଥୀଲା .ସେଠାରେ ଚୀକୀଛାଧୀନ ଅବସ୍ତାରେ ସକାଳ ୧୧ ଟା ବେଳେ ମୃତ୍ୟୁ ଘଟିଥିଲା .ମୃତ୍ୟୁ କ ଜଣକ ହେଲେ ବେଲଗୁଣ୍ଠା ବ୍ଲକ ଖଈରପୁଟି ପଂଚାୟତ ସାନ ସାଡରା ଗ୍ରାମର ସନ୍ତୋଷ ବରାଡ (୫୩ ).ସନ୍ତୋଷ ଓ ତାର ସ୍ତ୍ରୀ ସୁରତ ରେ ଶ୍ରମିକ ଭାବେ କାମ କରୁଥିଲେ .ଲକଡ଼ାଉନ ଫଳରେ କମ୍ପାନୀ ବନ୍ଦ ହେବା ଯୋଗୁ ଶ୍ରମିକ ସ୍ପେସେଲ ଟ୍ରେନ ଯୋଗେ ନିଜ ଜିଲ୍ଲାକୁ ଫେରି କ୍ଷେତ୍ରୟ ବରପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ତ୍ରୀଙ୍କ ସହ ସଙ୍ଗରୋଧ ରେ ରହିଥିଲେ .ଏଠାରେ ସନ୍ତୋଷଙ୍କ ସ୍ୱାସ୍ଥ୍ୟ ରେ ଅବନତି ଘଟିବାରୁ ଚୀକୀଛା ପାଇଁ ନେବାକୁ ଅନୁରୋଧ କରିଥିଲେ .କିନ୍ତୁ କେହି ଶୁଣିନଥିଲେ ବୋଲି ସନ୍ତୋଷର ଭାଇ ବିନୋଦ ବରାଡ ଅଭିଯୋଗ କରିଛନ୍ତି .କିନ୍ତୁ ପ୍ରଶାସନ ଏହାକୁ ଖଣ୍ଡନ କରିଛି .ସନ୍ତୋଷର ମଧୁମେହ ରୋଗ ଥିବାରୁ ସଙ୍ଗରୋଧ ଅବଧି ସରିବା ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଘରକୁ ଛାଡି ଦିଆ ଯାଇଥିଲା .ଘରେ ସ୍ୱାସ୍ଥ୍ୟ ରେ ଅବନତି ଘଟିବାରୁ ପରିବାର ଲୋକେ ଭଂଜନଗର କୋଭିଡ କେର ସେଣ୍ଟେରକୁ ନେଇଥିଲେ .ସେଠାରୁ ଏକ କୋଭିଡ ଭେନରେ ବ୍ରହ୍ମପୁର ଶିତଳା ପଲ୍ଲୀ କୋଭିଡ ହସପିଟାଲରେ ଗୁରୁବାର ସନ୍ଧ୍ୟାରେ ଭର୍ତି କରାଯାଇଥିଲା .ସେଠାରେ ଶୁକ୍ରବାର ସକାଳ ୧୧ଟା ସମୟରେ ମୃତ୍ୟୁ ବରଣ କରିଥିଲେ . ରାତ୍ର ୭ ଘଂଟା ସମୟରେ ସନ୍ତୋଷର ଶବ ନିଜ ଗ୍ରାମରେ ପହଁଚିବା ପରେ ସନ୍ତୋଷର ମୃତ୍ୟୁ କରୋନାରେ ହୋଇଥିବା ଦର୍ଶାଇ ଶବ ନେବା ପାଇଁ ବିରୋଧ କରିଥିଲେ .ପରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ବିଡିଓ ଶଶୀ ଭୂଷଣ ମହାପାତ୍ର ଖଈରପୁଟି ସରପଂଚ ଓ ସମିତି ସଭ୍ୟଙ୍କୁ ଫୋନ କରି ସନ୍ତୋଷର ମୃତ୍ୟୁ କରୋନା ଜନିତ ନୁହଁ ବୋଲି କହିବା ସହ ସନ୍ତୋଷ ମଧୁମେହ ରକ୍ତଚାପ ଓ ଟିବି ରୋଗରେ ଆକ୍ରନ୍ତ ଥିବାରୁ ତାର ମୃତ୍ୟୁ ଘଟିଥିବାର ପ୍ରକାଶ କରିଥିଲେ .ତାର ଶବକୁ ଆମ୍ବୁଲେନ୍ସ ଗାଁ ମୁଣ୍ଡରେ ଆଣି ଛାଡିବା ପରେ ସେଠାରୁ ସିଧା ଶ୍ମଶାନକୁ ନେଇ ଶବ ସତ୍କାର କରା ଯାଇଥିଲା .ପ୍ରଶାସନର ନିର୍ଦେଶ ପ୍ରକାରେ କମ ସଂଖ୍ୟକ ଲୋକ ଉପସ୍ତିଥ ରହି ଶବ ସତ୍କାର କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ