ସୁଲଣ ଜଳସରପୁର ବାଲିଯାତ୍ରା ଉଦଯାପିତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ଓ ଜଳସରପୁର ଗ୍ରାମରେ ଦୀର୍ଘ ୯ଦିନ ଧରି ଚାଲିଥିବା ବାଲିଯାତ୍ରା ଶୁକ୍ରବାର ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଉଦ୍‌ଯାପନ ଦିବସରେ ପାରମ୍ପରିକ ପ୍ରଥା ଅନୁଯାୟୀ ଅନୁଷ୍ଠିତ ହେଉଥିବା ଅଗ୍ନିଉତ୍ସବ ଦେଖିବାକୁ ରମ୍ପାସ, ଆବୁଲୁପୁରା, ବିରିଡି, ଆମ୍ବୋ, ଲଇଛଣପୁର, ବେଗୁନିଆପଦି, ପଞ୍ଚୁଗୋଛିଆ, ନୀଳାପୁର, ହୀରାପୁର, ଆଡହୁରିଆ, ଯଶୋବନ୍ତପୁର, ମୁଗୁପୁର, ଶାସଙ୍ଗ, ବଞ୍ଚୋ, ଛେନାପଦି, କପୁଣ୍ଡି, ହାଟଡିହି, ଅଣା, ଡଙ୍କୁରୀ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସକାଳୁ ସମସ୍ତ ରିତିନୀତି ଅନୁଯାୟୀ ମା ବାଲି ଠାକୁରାଣୀଙ୍କ ପୂଜାର୍ଚ୍ଚନା ପରେ କାଳିଶୀମାନେ ଗ୍ରାମ ପରିକ୍ରମା କରିଥିଲେ । ଅପରାହ୍ନରେ ଅଗ୍ନିଦେବତାଙ୍କ ପୂଜାର୍ଚ୍ଚନା କରାଯିବା ପରେ ଶହ ଶହ ଭକ୍ତ ଅଗ୍ନିରେ ଚାଲିଥିଲେ । ବହୁ ସଂଖ୍ୟାରେ ମହିଳା ଓ ଯୁବତୀମାନେ ମଧ୍ୟ ନିଆଁରେ ଚାଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ୯ଦିନ ଧରି ଚାଲିଥିବା ଏହି ଉତ୍ସବରେ ଉଭୟ ଗ୍ରାମର ସମସ୍ତ ଆବାଳ ବୃଦ୍ଧବନୀତା ଏକଜୁଟ ହୋଇଯାଇଥିଲେ ଏହି ବାଲିଯାତ୍ରାରେ । ଆଜି ସୁଲଣ ବାଲିଯାତ୍ରା କମିଟି ପକ୍ଷରୁ ବୁଲିବାକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ