ସୁଲଭ ଶୌଚାଳୟ ପାଇଁ ଆଞ୍ଜେଲ ଗୃପ୍ର ଶାନ୍ତିପୂର୍ଣ୍ଣ ଧାରଣା
ଭୁବନେଶ୍ୱର, ୱାଇଏନ୍ଏସ୍ ବିଶ୍ୱ ମହିଳା ଦିବସ ଅବସରରେ ଆଞ୍ଜେଲ ଗୃପ୍ ତରଫରୁ ୱାର୍ଡ଼ ନଂ-୧୮ ପଳାଶୁଣି ଅଞ୍ଚଳରେ ସୁଲଭ ଶୌଚାଳୟ ପ୍ରତିଷ୍ଠା ପାଇଁ ଶାନ୍ତିପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ସାରା ଦେଶରେ ସଫଳତାର ସହ କାର୍ଯ୍ୟକାରୀ ହେବା ସତ୍ତ୍ୱେ ଖୋଦ ରାଜଧାନୀ ଭୁବନେଶ୍ୱରର ପଳାଶୁଣି ଅଞ୍ଚଳରେ ସୁଲଭ ଶୌଚାଳୟଟିଏ ନାହିଁ । ଫଳରେ ସାଧାରଣ ଜନତା ଶୌଚ ହେବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀ ହେଉଛନ୍ତି । ପ୍ରକାଶଥାଉକି, ପଳାଶୁଣୀ ଅଞ୍ଚଳ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ ଜଣାଶୁଣା । ଏଠାରେ ବସ୍ଷ୍ଟାଣ୍ଡ, ପରିବା ମାର୍କେଟ, ସ୍ଥାୟୀ ଦୋକାନୀ ଓ ଉଠାଦୋକାନୀମାନେ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ସେଠାରେ ଶୌଚାଳୟଟିଏ ନଥିବାରୁ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଏଠରେ ସୁଲଭ ଶୌଚାଳୟ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ବ୍ୟବସାୟୀମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଆଞ୍ଜେଲ ଗ୍ରୁପ୍ ତରଫରୁ ଏଠାରେ ଏକ ଶାନ୍ତିପୂର୍ଣ୍ଣ ଗଣଧାରଣା କରାଯାଇ ପଳାଶୁଣୀ ଅଞ୍ଚଳରେ ଏକ ସୁଲଭ ଶୌଚାଳୟ ପ୍ରତିଷ୍ଠା ଏବଂ ଖରାଦିନେ ପାନୀୟ ଜଳର ସୁବିଧା ପାଇଁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଞ୍ଜେଲ ଗ୍ରୁପ୍ର ସମ୍ପାଦକ ନାରାୟଣ ପୃଷ୍ଟି, ରସୁଲଗଡ଼ ଅଞ୍ଚଳର ସମାଜସେବୀ ଲାଲା ଜଗଦେବ (ଚାନ୍ଦିଆ), ସମାଜସେବୀ ସ୍ମିତା ସାମଲ, ଜ୍ୟୋତ୍ସ୍ନା ଦାସ, ଶୁଭଶ୍ରୀ ବେହେରା, ଆଇନଜୀବୀ ସରୋଜ ସ୍ୱାଇଁ, ଟୁକୁ ଭାଇ, ସମାଜସେବୀ ବାପୁ ସାହୁ, ମୃତ୍ୟୁଞ୍ଜୟ ସାହୁ, ସଞ୍ଜୟ କୁମାର ଦାସ, ଲୁଲା ଜେନା, ବିକ୍ରମ ସାମଲ, ଆଜାଦ ଖାନ୍, ଏମ୍ଡ଼ି ସାଦିକ, ମୁନା ଶାହା, ଜିତୁ ଦାସ, ସୁଶା ପାତ୍ର, ଢାକା ପାତ୍ର, ରତିକାନ୍ତ, ଲିଙ୍ଗରାଜ ବେହେରା, ଜ୍ଞାନରଞ୍ଜନ ଦାସ ଏବଂ ଅଭିଶେକ ପ୍ରମୁଖ ଯୋଗଦେଇ ଥିଲେ ।